ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

Advertisment

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ରହିଛି ।

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ରହିଛି ।

modi shah nadda

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ଥିବା ବେଳେ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନଙ୍କ ନାମ ରହିଛି। ଏହି ତାଲିକାରେ ମନୋଜ ତିୱାରୀ, ଦିନେଶ ଲାଲ ଯାଦବ (ନିରାହୁଆ), ହେମା ମାଳିନୀ, ରବି କିଶନ, ହଂସରାଜ ହଂସ, ସ୍ମୃତି ଇରାନୀଙ୍କ ଭଳି ଅନେକ ଫିଲ୍ମ ତାରକାଙ୍କ ନାମ ରହିଛି । ସେହିପରି ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ବି ରହିଛି । 

ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ଥିବା ବେଳେ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନଙ୍କ ନାମ ରହିଛି।

ଦିଲ୍ଲୀରେ ଫେବ୍ରୁଆରି ୫ରେ ମତଦାନ ହେବ ଏବଂ ଫେବ୍ରୁଆରି ୮ରେ ଭୋଟ୍ ଗଣତି ହେବ। ଏଭଳି ସ୍ଥିତିରେ ବିଜେପି କେବେ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ତାହାକୁ ଅପେକ୍ଷା କରାଯାଇଛି। ମୋଟ ୭୦ଟି ବିଧାନସଭା ଆସନରୁ ବିଜେପି ଏପର୍ଯ୍ୟନ୍ତ ୫୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe