ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ବିଜେପିର ସଙ୍ଗୀନ୍‌ ଅଭିଯୋଗ; ସାର୍ବଜନୀନ କଲା ପାକ୍‌ ଗୁପ୍ତଚରଙ୍କ ସହ ଫଟୋ

Advertisment
ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ବିଜେପିର ସଙ୍ଗୀନ୍‌ ଅଭିଯୋଗ; ସାର୍ବଜନୀନ କଲା ପାକ୍‌ ଗୁପ୍ତଚରଙ୍କ ସହ ଫଟୋ

Image Courtesy: News India

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛି ବିଜେପି। ବିଜେପି ପୂର୍ବତନ ଉପରାଷ୍ଟ୍ରପତି ଅନସାରୀଙ୍କ ବିରୋଧରେ ଅଭିଯୋଗ ଆଣି ବିଜେପି କହିଥିଲା ଯେ ଉପରାଷ୍ଟ୍ରପତି ପଦରେ ଥିବାବେଳେ ଅନସାରୀ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇର ଗୁପ୍ତଚର ଥିବା ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ ଘନିଷ୍ଠ ସଂପର୍କରେ ଥିଲେ। ଏବଂ ତାଙ୍କ ସହ ଏକିଧିକ ସମ୍ମିଳନୀରେ ଏକାଠି ହେବା ସହ ତାଙ୍କୁ ଦେଶର ସୁରକ୍ଷା ସଂପର୍କିତ ଏକଧିକ ଦସ୍ତାବିଜ୍‌ ଦେଇଥିଲେ।

ତେବେ, ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ କହିଥିଲେ ଯେ ସେ ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ କୌଣସି ସମ୍ମିଳନୀରେ କିମ୍ବା ଅନ୍ୟ କୌଣସି ଅବସରରେ କେବେ ବି ଏକାଠି ହୋଇ ନାହାନ୍ତି। ତାଙ୍କୁ ଜାଣି ମଧ୍ୟ ନାହାନ୍ତି କିମ୍ବା କୌଣସି ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ମଧ୍ୟ କରିନାହାନ୍ତି।

ଅନ୍ୟପକ୍ଷରେ ମୀର୍ଜା ଦାବି କରିଛନ୍ତି ଯେ ସେ ୟୁପିଏ ଶାସନ ସମୟରେ ପାଞ୍ଚ ଥର ଭାରତ ଗସ୍ତ କରିଥିଲେ ଏବଂ ଏଠାରୁ ସଂଗୃହୀତ ସମ୍ବେଦନଶୀଳ ସୂଚନା ତାଙ୍କ ଦେଶର ଗୁପ୍ତଚର ଏଜେନ୍‌ସି ଆଇଏସଆଇକୁ ପ୍ରଦାନ କରିଥିଲେ। ମୀର୍ଜା ମନ୍ତବ୍ୟ ଦେଇଛନ୍ତି ଯେ ସେ ଅନସାରୀଙ୍କ ନିମନ୍ତ୍ରଣରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ତାଙ୍କୁ ମଧ୍ୟ ଭେଟିଛନ୍ତି। ଏହା ପୂର୍ବରୁ ର୍ମିଜାଙ୍କ ଦାବିକୁ ଦର୍ଶାଇ ଅନସାରୀ ତାଙ୍କ ସହ ଅନେକ ସମ୍ବେଦନଶୀଳ ଏବଂ ଅତ୍ୟଧିକ ‘ଗୁପ୍ତ’ ଶ୍ରେଣୀଭୁକ୍ତ ସୂଚନା ବାଣ୍ଟିଥିବା ବିଜେପି ଅଭିଯୋଗ କରିଥିଲା।

ତେବେ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ମୀର୍ଜାଙ୍କୁ ଚିହ୍ନି ନାହାନ୍ତି ବୋଲି କହିବା ପରେ ବିଜେପି ପକ୍ଷରୁ ଶୁକ୍ରବାର ଦିନ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦଳର ଜାତୀୟ ମୁଖପାତ୍ର ଗୌରବ ଭାଟିଆ ୨୦୦୯ରେ ଦିଲ୍ଲୀରେ ଆତଙ୍କବାଦ ଉପରେ ଏକ ସମ୍ମିଳନୀରେ ଅନସାରୀ ମୀର୍ଜାଙ୍କ ସହ ଏକ ମଞ୍ଚରେ ଏକତ୍ର ବସିଥିବାରରେ ଏକ ଫଟୋଚିତ୍ରକୁ ସାର୍ବଜନୀନ କରିଛନ୍ତି।

ବିଜେପିର ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ଲୋକମାନେ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ଉଚିତ ଏବଂ ମୀର୍ଜାଙ୍କ ସହ ଗୋଟିଏ ମଞ୍ଚରେ ବସିବା ଉଚିତ ନୁହେଁ। ଏହି ଅବସରରେ କଂଗ୍ରେସକୁ ଆକ୍ଷେପ କରି ଭାଟିଆ କହିଛନ୍ତି ଯେ ଏହିପରି କାର୍ଯ୍ୟକ୍ରମ ଆୟୋଜନ ଏବଂ ବିଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ଗୁଇନ୍ଦା ବିଭାଗର ମଞ୍ଜୁରୀ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe