ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏର ଐତିହାସିକ ବିଜୟ ପରେ ରାଜ୍ୟରେ ସବୁଠାରୁ ବଡ଼ ଦଳ ପାଲଟିଥିବା ବିଜେପି ଆଜି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ୩ ଜଣ ବରିଷ୍ଠ ନେତାଙ୍କୁ ବହିଷ୍କାର କରିଛି। ଆଭ୍ୟନ୍ତରୀଣ ବିଦ୍ରୋହ ଦମନ ପାଇଁ ବିଜେପିର କଠୋର ପଦକ୍ଷେପ ଏବେ ଚର୍ଚ୍ଚାରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରାର ପୂର୍ବତନ ସାଂସଦ ଆର୍କେ ସିଂହଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏହା ସହ ଏମ୍ଏଲ୍ସି ଆଶୋକ କୁମାର ଅଗ୍ରୱାଲ ଏବଂ କଟିହାର ମେୟର ଉଷା ଅଗ୍ରୱାଲଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ଏହି ତିନି ନେତା ଖୋଲାଖୋଲି ଭାବେ ଦଳ ବିରୋଧରେ ବୟାନ ଦେବା ସହ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେବାକୁ ଲୋକଙ୍କୁ ଉସୁକାଇଥିବା ପ୍ରମାଣ ମିଳିବା ପରେ ଦଳ ଆଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଆର୍କେ ସିଂହଙ୍କ ସମାଲୋଚନା ଓ ଏନ୍ଡିଏ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ
୨୦୧୭-୨୦୨୪ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିବା ଆର୍କେ ସିଂହ ୨୦୨୪ ଲୋକସଭା ନିର୍ବାଚନରେ ଆରା ଆସନ ହାରିଥିଲେ। ତାଙ୍କର ‘କ୍ଷତିକାରକ ଦଳବିରୋଧୀ କାର୍ଯ୍ୟ’ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ଆଜି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ସିଂହ ନୀତୀଶ କୁମାର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଭାଗଲପୁରରେ ୨,୪୦୦ ମେଗାୱାଟ ଥର୍ମାଲ ପ୍ଲାଣ୍ଟ ପ୍ରୋଜେକ୍ଟ ଆଦାନୀ ପାୱାରକୁ ଦେଇ ୬୦,୦୦୦ କୋଟି ଟଙ୍କାର ଦୁର୍ନୀତିରେ ସରକାର ଲିପ୍ତ ଅଛନ୍ତି। ସେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ଟାର୍ଗେଟ କରି କଠୋର ସମାଲୋଚନା କରିଥିଲେ। ଏହା ସହିତ ସିଂହ ଏନ୍ଡିଏର ଅପରାଧ ପୃଷ୍ଠଭୂମି ପ୍ରାର୍ଥୀଙ୍କୁ ବର୍ଜନ କରି ନୋଟାରେ ଭୋଟ୍ ଦେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ଏମ୍ଏଲ୍ସି ଆଶୋକ ଅଗ୍ରୱାଲ ବିକାଶଶୀଳ ଇନ୍ସାନ ପାର୍ଟି ପାଇଁ ପ୍ରଚାର କରି ବିଜେପିର ତାରକିଶୋର ପ୍ରସାଦଙ୍କ ବିରୋଧରେ ଯାଇଯିବାରୁ ଏହାକୁ ନେଇ ଦଳ କ୍ଷୁବ୍ଧ ହୋଇଛି ଏବଂ ଅଶୋକ ଅଗ୍ରୱାଲଙ୍କୁ ବହିଷ୍କାର କରିଛି। କଟିହାର ମେୟର ଉଷା ଅଗ୍ରୱାଲ ମଧ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ କର୍ମୀ ମହଲର ଅଭିଯୋଗ ପରେ ତାଙ୍କୁ ବହିଷ୍କାର କରାଯାଇଛି।
BJP action: ବିହାରରେ ବିଜେପିର କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆର୍କେ ସିଂହଙ୍କ ସମେତ ତିନି ବରିଷ୍ଠ ନେତା ବହିଷ୍କୃତ
Advertisment
Follow Us