ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ଭାରତରେ ରୋହିଙ୍ଗ୍ୟାଙ୍କ ଆଇନଗତ ସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। କୋର୍ଟ ପଚାରିଛନ୍ତି ଯେ ଦେଶର ଲକ୍ଷ ଲକ୍ଷ ଗରିବ ନାଗରିକ ଭୋକ ଏବଂ ଦୁଃଖର ଶିକାର ହେଉଥିବା ବେଳେ ଅନୁପ୍ରବେଶକାରୀଙ୍କୁ "ଲାଲ କାର୍ପେଟ ସହିତ ସ୍ୱାଗତ" କରାଯିବା ଉଚିତ କି? ତେବେ ସିଜେଆଇ ସୁର୍ଯ୍ୟକାନ୍ତଙ୍କ ଉପରେ ଟିଏସି ସାଂସଦ କଲ୍ୟାଣ ବାନାର୍ଜି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଆଗରୁ ବିଚାରପତି କମ କଥା କହୁଥିଲେ ଅଧିକ ରାୟ ଦେଉଥିଲେ ମାତ୍ର ଏବେ ବିଚାରପତି ଅଧିକ କଥା କହୁଛନ୍ତି କମ ରାୟ ଦେଉଛନ୍ତି। କଲ୍ୟାଣ ବାନାର୍ଜିଙ୍କ ଏହି ମନ୍ତବ୍ୟକୁ  ଆପତ୍ତି କରିଛି ବିଜେପି । 

ଆହୁରି ପଢ଼ନ୍ତୁ:Good News for Pilgrims: ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ବସ୍ତି ଖବର: ଶିରିଡ଼ି ଯାତ୍ରା ଏବେ ହେବ ସହଜ

କୋର୍ଟଙ୍କ ନିର୍ଦ୍ଦେଶ 

ଦେଶରେ ନିଜ ନାଗରିକ ମାନେ ଦାରିଦ୍ର୍ୟ ସମସ୍ୟା ଭୋଗୁଥିବା ବେଳେ ଅନୁପ୍ରବେଶ କାରୀଙ୍କୁ ଲାଲ କାର୍ପେଟ ଜରିଆରେ ସ୍ବାଗତ କରାଯାଇପାରିବ ନାହିଁ। ମାନବ ଅଧିକାର କର୍ମି ରୀତା ମନଚାନ୍ଦଙ୍କ ଦ୍ବାରା ଦାଖଲ କରାଯାଇଥୁବା ହବିୟର୍ସ କର୍ପସ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି କଠୋର ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ଦିଲ୍ଲୀ ପୋଲିସ ମେ ମାସରେ ଗିରଫ କରିଥିବା କିଛି ରୋହିଙ୍ଗ୍ୟା ଏବେ କେଉଁ ଆଡେ ଖସି ପଳାଇଥିବାର ସେ ଦର୍ଶାଇଥିଲେ। 

କଲ୍ୟାଣ ବାନାର୍ଜିଙ୍କ ବିବାଦୀୟ ମନ୍ତବ୍ୟ ?

ଟିଏସିଙ୍କ ଭୋଟ ବ୍ୟାଙ୍କ ବୋଲାଉଥିବା ରୋହିଙ୍ଗ୍ୟାମାନଙ୍କ ବିପକ୍ଷରେ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜି। ସେ କହିଛନ୍ତି ଯେ ମାନ୍ୟବର ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଙ୍କ ସଂପର୍କରେ ମତ ଦେବାର ମୋର ଅଧିକାର ନାହିଁ । ସେ ହେଉଛନ୍ତି ଆମ ଦେଶର ବିଚାରପତି । କିନ୍ତୁ ଆଗରୁ କୋର୍ଟ ମାନଙ୍କରେ ବିଚାରପତିମାନେ କମ କହୁଥିଲେ ଏବଂ ଅଧିକ ଶୁଣାଣି କରୁଥିଲେ । କିନ୍ତୁ ଏବେ ବିଚାରପତିମାନେ ଚର୍ଚ୍ଚାରେ ରହିବା ପାଇଁ ଅଧିକ କହୁଛନ୍ତି ଏବଂ ମାମଲାର ସଠିକ ଶୁଣାଣି କରୁନାହାନ୍ତି ।

କଲ୍ୟାଣଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ

କଲ୍ୟାଣଙ୍କ ଏହି ପ୍ରତିକ୍ରିୟାକୁ ବିଜେପି ମୁଖପାତ୍ର ଶେହାଜାଦ ପୁନାବାଲା କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କର ଦେଶରେ ଭଲରେ ଅବସ୍ଥାନ କରିବା ପାଇଁ ଟିଏମସି ସରକାର ୨୦୦୫ ମସିହାରୁ ସମର୍ଥନ କରିଆସୁଛନ୍ତି । ମମତା ଅନୁପ୍ରବେଶକାରୀ ରୋହିଙ୍ଗା ମାନଙ୍କୁ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରୁଥିବାରୁ ତାଙ୍କ ବିପକ୍ଷରେ କୋର୍ଟଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଆହୁରି ପଢ଼ନ୍ତୁ:IIMC-IIM: ଶୈକ୍ଷିକ ସହଯୋଗରେ ନୂତନ ଅଧ୍ୟାୟ: ଆଇଆଇଏମସି ଢେଙ୍କାନାଳ ଏବଂ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଫଳରେ ସାଂସଦ କଲ୍ୟାଣ ବାନାର୍ଜି ସୁପ୍ରିମକୋର୍ଟ ରାୟ କୁ ସମାଲେଚନା କରି ସେ ଟିଆରପି ପାଇଁ ଏଭଳି ରାୟ ହେଇଥିବା କହିଛନ୍ତି । କଲ୍ୟାଣଙ୍କୁ ଟାର୍ଗେଟ କରି ଶେହାଜାଦ କହିଛନ୍ତି କଲ୍ୟାଣ ବାନାର୍ଜି ସେହି ବ୍ୟକ୍ତି ଥିଲେ ଯିଏ  ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବାକୁ ପଛାଇ ନଥିଲେ।

ରିପୋର୍ଟ: ଅର୍ପିତା ରଥ