ଧାରା ୩୭୦ ଲାଗୁ କରିବା କଥା କହି ବୋକା ବନଉଛନ୍ତି ଏନସି ଓ ଟିଡିପି : ବିଜେପି

ବିଜେପି କହିଛି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ପୁଣି ଲାଗୁ କରିବା ନ୍ୟାସନାଲ କନଫରେନ୍ସ (ଏନସି) ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି(ପିଡିପି) ପାଇଁ ଅସମ୍ଭବ, କିନ୍ତୁ ସେମାନେ ସେମାନଙ୍କ ଇସ୍ତାହାରରେ ଗ୍ୟାରେଣ୍ଟି ଦେଇ ଲୋକଙ୍କୁ ବୋକା କରୁଛନ୍ତି।

ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି: ଅନ୍ତର୍ଘାତୀ କାର୍ଯ୍ୟ ୟୁପିରେ ବିଜେପିକୁ ବୁଡ଼ାଇଲା

ଶ୍ରୀନଗର : ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାନେତ୍ରୀ ବନତୀ ଶ୍ରୀନିବାସନ ରବିବାର କହିଛନ୍ତି ଯେ ଧାରା ୩୭୦କୁ ପୁଣି ଲାଗୁ କରିବା ନ୍ୟାସନାଲ କନଫରେନ୍ସ (ଏନସି) ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି(ପିଡିପି) ପାଇଁ ଅସମ୍ଭବ, କିନ୍ତୁ ସେମାନେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କ ଇସ୍ତାହାରରେ ଗ୍ୟାରେଣ୍ଟି ଦେଇ ଲୋକଙ୍କୁ ବୋକା କରୁଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟାଳୟରେ ଜମ୍ମୁ-କଶ୍ମୀର ମହିଳା ମୋର୍ଚ୍ଚାର ଏକ ବୈଠକ ପରେ ଶ୍ରୀନିବାସନ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳର ଯୁବପିଢ଼ି ଏକ ଶାନ୍ତିପୂର୍ଣ୍ଣ ଜୀବନ ଏବଂ ବିକାଶ ଚାହୁଁଛନ୍ତି, ଯାହା କେବଳ ତାଙ୍କ ଦଳ ହିଁ ସୁନିଶ୍ଚିତ କରିପାରିବ। 

ଧାରା ୩୭୦ ଅନୁଯାୟୀ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଧାରା ୩୭୦ ପୁନରୁଦ୍ଧାର କରିବା ସେମାନଙ୍କ (ଏନସି ଏବଂ ପିଡିପି) ପାଇଁ ଅସମ୍ଭବ। ସେମାନେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି, ଧାରା ୩୭୦ ଅନୁଯାୟୀ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଧାରା ୩୭୦ ପୁନରୁଦ୍ଧାର କରିବା ସେମାନଙ୍କ (ଏନସି ଏବଂ ପିଡିପି) ପାଇଁ ଅସମ୍ଭବ। ସେମାନେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି। ଏହା (ଧାରା ୩୭୦ ଉଚ୍ଛେଦ) ସଂସଦ ଦ୍ୱାରା କରାଯାଇଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ଏବଂ ଧାରା ୩୭୦ ନାମରେ ଏଠାରେ ଭେଦଭାବ ଚାଲିଥିଲା। 

ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେପ୍ଟେମ୍ବର ୧୫, ସେପ୍ଟେମ୍ବର ୧୮ ଓ ଅକ୍ଟୋବର ପହିଲାରେ ମତଦାନ ହେବ। ଅକ୍ଟୋବର ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe