ଭୋଟର ତାଲିକା ସଂଶୋଧନ ମାମଲା ସିଇସିଙ୍କ ଦ୍ବାରସ୍ଥ ବିଜେପି, ଟିଏମ୍‌ସି

Advertisment

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ରାଜ୍ୟରେ ଇଲେକ୍ଟୋରାଲ୍‌ ରୋଲ୍‌ ସଂଶୋଧନ କରିବାକୁ ଦାବି କରି ଉଭୟ ଟିଏମ୍‌ସି ଏବଂ ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର...

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ରାଜ୍ୟରେ ଇଲେକ୍ଟୋରାଲ୍‌ ରୋଲ୍‌ ସଂଶୋଧନ କରିବାକୁ ଦାବି କରି ଉଭୟ ଟିଏମ୍‌ସି ଏବଂ ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର...

ବିଧାନସଭା ଭ‌ାଂଗିବା କ୍ଷଣି ନିର୍ବାଚନ ଆଚରଣବିଧି

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ରାଜ୍ୟରେ ଇଲେକ୍ଟୋରାଲ୍‌ ରୋଲ୍‌ ସଂଶୋଧନ କରିବାକୁ ଦାବି କରି ଉଭୟ ଟିଏମ୍‌ସି ଏବଂ ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ପଶ୍ଚିମବଙ୍ଗରେ ଇଲେକ୍‌ଟୋରାଲ୍‌ ରୋଲ୍‌ଗୁଡ଼ିକୁ ଭଲଭାବେ ସମୀକ୍ଷା କରିବାପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ସ୍ଥିତି ପଶ୍ଚିମବଙ୍ଗରେ ନାହିଁ। ସେଠାରେ ଏତେ ହିଂସା ହେଉଛି ଯେ ଇଲେକ୍ଟୋରାଲ୍‌ ତାଲିକାକୁ ଯାଞ୍ଚ କରିବା ସମ୍ଭବ ନୁହେଁ।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟିବାପରେ ମଜୁମଦାର କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ବଳବତ୍ତର ଥିବା ଇଲେକ୍ଟୋରାଲ୍‌ ରୋଲ୍‌ର ବ୍ୟାପକ ସମୀକ୍ଷା‌ ପାଇଁ ଦାବି କରିଛୁ। ଇଲେକ୍ଟୋରାଲ୍‌ ରୋଲ୍‌ ସଂଶୋଧନ କରିବାକୁ ଏକ ଟେକ୍‌ନୋଲୋଜି ବ୍ୟବହାର କରିବାକୁ ଆମେ ଇସିଙ୍କୁ ଅନୁରୋଧ କରିଛୁ ‌ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଟିଏମ୍‌ସି ମଧ୍ୟ ନିର୍ବାଚନ କମିସନଙ୍କ ନିକଟରେ କିଛି ଦାବି ରଖିଛି। ଟିଏମ୍‌ସି କହିଛି ଇଲେକ୍‌ଟୋରାଲ୍‌ ରୋଲ୍‌ରେ କିଛି ଭୋଟରଙ୍କ ନାଁ କାଟି ଦିଆଯାଉଛି ଏବଂ ନୂଆ ଭୋଟରଙ୍କ ନାଁ ଯୋଡ଼ାଯାଉଛି।  ଏ ବାବଦ ସ୍ବଚ୍ଛତା ଅବଲମ୍ବନ ପାଇଁ ପୃଥକ ତାଲିକା ଜାରି କରିବାକୁ ଟିଏମ୍‌ସି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe