ପଶ୍ଚିମବଙ୍ଗରେ ବିଜେପି-ଟିଏମସି ନେତା ମୁହାଁମୁହିଁ

ପଶ୍ଚିମବଙ୍ଗରେ ବିଜେପି-ଟିଏମସି ନେତା ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାର ବାରକପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ମହିଳା ଭୋଟରଙ୍କୁ ଅଟକାଯାଉଛି ବୋଲି ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି।

ଦୁଇ ବିରୋଧୀ ନେତାଙ୍କ ମଧ୍ୟରେ ସଂଘର୍ଷ ହେଉଥିଲେ ମଧ୍ୟ ପୁଲିସ କେବଳ ଏକ ନୀରବ ଦର୍ଶକ ପାଲଟିଥିବା ଅଭିଯୋଗ ହୋଇଛି। ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଟିଏମସି କର୍ମୀମାନେ ଲୋକଙ୍କୁ ଭୟଭୀତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ମତଦାନରୁ ନିବୃତ୍ତ ରହିବାକୁ ଟିଏମସି କର୍ମୀ ଭୋଟରଙ୍କୁ କହୁଥିବା ଅଭିଯୋଗ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏନେଇ ଅଭିଯୋଗ କରାଯିବ ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe