image source- the federal.com
ମଦୁରାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଏଆଇଏଡିଏମକେ ସହିତ ଦଳର ମେଣ୍ଟ ଜାରି ରହିବ ବୋଲି ଶନିବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ଜେ ପି ନଡ୍ଡା କହିଛନ୍ତି। ସେ ତିନିଦିନିଆ ତାମିଲନାଡ଼ୁ ଗସ୍ତରେ ଯାଇ ମଦୁରାଇରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଏକଥା କହିଛନ୍ତି।
ମଦୁରାଇରେ ଏକ ସାଧାରଣ ସଭାରେ ଉଦବୋଧନ ଦେବା ପୂର୍ବରୁ ଜେ ପି ନଡ୍ଡା ମଦୁରାଇର ମୀନାକ୍ଷୀ ମନ୍ଦିରରେ ପୂଜାର୍ଚ୍ଚନା କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଏହି ମନ୍ଦିର ପରିଦର୍ଶନ କରିବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତାମିଲନାଡୁ ବିଜେପି କୋର କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ସେ ଦଳର ରାଜ୍ୟସ୍ତରୀୟ ନେତାମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ଜାନୁଆରିରେ ସେ ଦ୍ୱିତୀୟ ଥର ଲାଗି ବିଜେପି ଅଧ୍ୟକ୍ଷ ତାମିଲନାଡୁ ଗସ୍ତରେ ଆସିଛନ୍ତି। ସେ ଏହାପୂର୍ବରୁ ସେ ଜାନୁଆରୀ ୧୪ ତାରିଖରେ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଇ ବିଜେପିର ରାଜ୍ୟ ଶାଖା ଦ୍ୱାରା ଆୟୋଜିତ 'ନାମମା ଓରୁ ପୋଙ୍ଗଲ ଭିଜା' (ଆମ ସହର ପୋଙ୍ଗଲ ପର୍ବ) ରେ ଅଂଶ ଗ୍ରହଣ କରିଥିଲେ।
ଚଳିତ ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ। ଏହି କାରଣରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘନଘନ ତାମିଲନାଡ଼ୁ ଗସ୍ତରେ ଆସୁଥିବା କୁହାଯାଉଛି।
Follow Us