ABP News
ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଯାଇଛି। ମହାରାଷ୍ଟ୍ରରେ ବିଜେପି- ଶିବସେନା ମେଣ୍ଟ ଶାସନ କ୍ଷମତାରେ ଥିବାବେଳେ ହରିୟାଣାରେ ବିଜେପି ଶାସନ କ୍ଷମତାରେ ରହିଥିଲା। ତେବେ, ଆଜି ଏହି ରାଜ୍ୟର ନୂତନ ବିଧାନସଭା ପାଇଁ ଅନୁଷ୍ଠିତ ହୋଇ ଯାଇଥିବା ଭୋଟ ଗ୍ରହଣ ପରେ ଦେଶର ବିଭିନ୍ନ ସଂସ୍ଥା ପକ୍ଷରୁ କରା ଯାଇଥିବା ବୁଥ୍ ବାହୁଡ଼ା ମତ (ଏକ୍ଜିଟ ପୋଲ)ର ଫଳାଫଳ ପ୍ରକାଶ ପାଇଛି।
ପ୍ରକାଶିତ ବୁଥ୍ ବାହୁଡ଼ା ମତର ଫଳାଫଳ ଅନୁଯାୟୀ ମହାରାଷ୍ଟ୍ରରେ ପୁଣି ଶାସକ ବିଜେପି- ଶିବସେନା ମେଣ୍ଟ ବହୁମତ ହାସଲ କରି ଆଉ ଥରେ ସରକାର ଗଠନ କରିବ। ସେହିପରି ହରିୟାଣାରେ ମଧ୍ୟ ବିଜେପି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଆଉଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି।
ABP Newsତେବେ ଉଲ୍ଲେଖନୀୟ ଘଟଣା ହେଲା, ପୂର୍ବ ନିର୍ବାଚନମାନଙ୍କ ପରି ଚଳିତ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବୁଥ୍ ବାହୁଡ଼ା ମତରୁ ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥାହେଲା, ମହାରାଷ୍ଟ୍ରକୁ ଦେଶର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ରାଜ୍ୟ ଭାବେ ବିବେଚନା କରାଯାଉଥିବା ବେଳେ ହରିୟାଣାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ରାଜ୍ୟ ଭାବେ ବିବେଚନା କରା ଯାଇଥାଏ। ସଂପ୍ରତି ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରତିଫଳନ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ପୂର୍ବାନୁମାନ କରୁଥିଲେ। ହେଲେ, ସବୁ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କର ସବୁ ଆକଳନ ଓ ପୂର୍ବାନୁମାନକୁ ଏବେ ଭୁଲ୍ ସାବ୍ୟସ୍ତ କରି ଦେଇଛି ବୁଥ୍ ବାହୁଡ଼ା ମତର ଫଳାଫଳ। ସବୁକିଛି ସତ୍ତ୍ୱେ ଏହି ଦୁଇ ରାଜ୍ୟର ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ କଂଗ୍ରେସକୁ ଏକରକମ ପ୍ରତ୍ୟାଖାନ କରି ନେଇଛନ୍ତି।
ANIଏହି ପରିପ୍ରେକ୍ଷୀରେ ବିଜେପିର ଅନ୍ୟତମ ତୁଙ୍ଗନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଥ୍ ବାହୁଡ଼ା ମତର ଫଳାଫଳ ଉପରେ ନିଜର ପ୍ର୍ତିକ୍ରିୟା ରଖିବାକୁ ଯାଇ ଯଥାର୍ଥରେ କହିଛନ୍ତି, ‘ଏପରି ଫଳାଫଳ ମିଳିବ ବୋଲି ଆମେ ପୂର୍ବରୁ ନିଶ୍ଚିତ ଥିଲୁ। କାରଣ, ନରେନ୍ଦ୍ର ମୋଦୀଙ୍କ ଦର୍ଶନ ଓ ନୀତି ଉପରେ ଭୋଟରମାନଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି ଯାହାକୁ ସେମାନେ ଭୋଟ ଜରିଆରେ ପ୍ରକଟ କରୁଛନ୍ତି।’
Follow Us