Image Source: Zee News
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ରେ ଥିବା ଲୋକାଭିମୁଖୀ ନୀତିଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପିର ନେତାମାନେ ସାଧାରଣ ଜନତାଙ୍କ ନିକଟକୁ ଯିବେ। ଦେଶ ଆର୍ଥିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଛି ବୋଲି ସମାଲୋଚିତ ହେବା ପରେ ଶାସକ ବିଜେପି ତା’ର ନେତାମାନଙ୍କୁ ଏଭଳି ନିର୍ଦେଶ ଦେଇଛି।
କେନ୍ଦ୍ରୀୟ ବଜେଟ୍ ୨୦୨୦ ବିଷୟରେ ‘ଆଲୋଚନା ଏବଂ ପ୍ରଚାର’ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରିବାକୁ ବିଜେପି ମୁଖ୍ୟ ଜେପି ନଡ୍ଡା ମଧ୍ୟ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି।
ଫେବ୍ରୁଆରି ୧୬ ରୁ ଫେବ୍ରୁଆରି ୨୩ ତାରିଖ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ମୁଖ୍ୟାଳୟରେ ଏହି ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ ହେବ।
Image Source: News 18ଏଥିରେ ବିଜେପିର ନେତାମାନେ ମୋଦୀ ସରକାରଙ୍କର ଜନକଲ୍ୟାଣ ନୀତି ଉପରେ ସଚେତନତା ସୃଷ୍ଟି କରିବେ। ଏହାଛଡ଼ା ଏହି କର୍ମଶାଳାରେ ଅର୍ଥନୈତିକ କ୍ଷେତ୍ରର କେତେକ ବକ୍ତା ଏବଂ ବାଣିଜ୍ୟିକ ସଂଗଠନ ଆଦି ଭାଗ ନେବେ। କର୍ମଶାଳା ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଜଣେ କେନ୍ଦ୍ର ଏବଂ ଜଣେ ରାଜ୍ୟସ୍ତରୀୟ ବକ୍ତା ଅଂଶ ଗ୍ରହଣ କରିବେ।
ବିଜେପି ନେତା ରାମ ମାଧବ ଏବଂ ପି ମୁରଲୀଧର ରାଓ ଏହି କର୍ମଶାଳାର ସଂଯୋଜନା କରିବେ।
କେନ୍ଦ୍ର ବଜେଟ୍ ବେକାରୀ ଏବଂ ମାନ୍ଦା ଅଭିବୃଦ୍ଧି ଭଳି ସମସ୍ୟାକୁ ଦୃଷ୍ଟି ଦେଉ ନ ଥିବା କଥା କହି ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି।
Follow Us