Assam, Dec 11 (ANI): Protestors burn hoarding and wood during their protest strike against the Citizenship Amendment Bill (CAB), in Guwahati on Wednesday. (ANI Photo)
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବାରୁ ବିଜେପି ଏବେ ଲୋକଙ୍କୁ ସଚେତନ କରାଇବାକୁ କୋଚିଂ କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆ ଏବଂ ସାଧାରଣ କାର୍ଯ୍ୟକ୍ରମରେ ଲୋକମାନଙ୍କର ସିଏଏ ସଂକ୍ରାନ୍ତରେ ଯେଉଁ ସନ୍ଦେହ ରହିଛି ସେହି ସନ୍ଦେହ ଦୂର କରିବା ପାଇଁ ବିଜେପି ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ତାଲିମ ଦେବ ବୋଲି ନିଷ୍ପତ୍ତି ନେଇଛି। ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେପି ଏହାର କାର୍ଯ୍ୟକର୍ତ୍ତାଙ୍କୁ ଏସଂକ୍ରାନ୍ତରେ ତାଲିମ ଦେବାପାଇଁ ଦେଶବ୍ୟାପୀ ୬ଟି କର୍ମଶାଳାର ଆୟୋଜନ କରିବ। ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୌହାଟି ଏବଂ ଲକ୍ଷ୍ନୌରେ ବିଜେପି ପକ୍ଷରୁ କର୍ମଶାଳା ଆୟୋଜନ କରାଯିବ।
Follow Us