ବିଜେପି ୟୁପିରେ ୩୫୦ ଆସନରେ ଜିତିବ: ଯୋଗୀ ଆଦିତ୍ୟନାଥ

Advertisment
ଯୋଗୀଙ୍କ ଘୋଷଣା: ରାସ୍ତାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବନି

Image Courtesy of Zee News

ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କୃଷକ ଆନ୍ଦୋଳନର ପ୍ରଭାବକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାନସଭା ନିର୍ବାଚନ ପରେ ବିଜେପି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବ। ନିର୍ବାଚନ ଉପରେ କୃଷକ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୨୨ରେ ହେବାକୁ ଥିବା ନିର୍ବାଚନରେ ବିଜେପି ନିଜ ରେକର୍ଡକୁ ଭାଙ୍ଗିବ। ଗତ ନିର୍ବାଚନରେ ୩୧୨ ଆସନରେ ବିଜୟୀ ହୋଇଥିଲା। ୨୦୨୨ରେ ମୋଟ ୩୫୦ ବିଧାନସଭା ଆସନରୁ ୩୨୫ଟି ଆସନରେ ବିଜେପି ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି। ବିରୋଧ ଦଳ ନେତାମାନେ କେବଳ ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ସେମାନଙ୍କ ଉପରେ ଭୋଟର୍‌ଙ୍କ ଭରସା ନାହିଁ ବୋଲି ଯୋଗୀ କହିଛନ୍ତି। ରାଜ୍ୟ ସରକାର ଶାସନ, ଆର୍ଥିକ ବିକାଶ ଏବଂ ଆଇନ ବ୍ୟବସ୍ଥା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ତେଣୁ ରାଜ୍ୟବାସୀଙ୍କର ସରକାର ଉପରେ ପୂରା ଭରସା ରହିଛି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe