ବିଜେପି ମିଠାକଥା କହି ଶିବସେନାକୁ ସମାପ୍ତ କରିବାକୁ ଚାହୁଁଛି : ଉଦ୍ଧବ ଠାକରେ

Advertisment
ମନ୍ତ୍ରୀପଦକୁ ନେଇ କଂଗ୍ରେସରେ ମତଭେଦ, ୩୦କୁ ଘୁଞ୍ଚିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

Image : Shivsena

ମୁମ୍ବାଇ : ବିଜେପି ନେତା ତଥା ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଶିବସେନାକୁ ସମାଲୋଚନା କରିବା ପରେ ତାହାର ଜବାବ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ତାଙ୍କର ୫୦:୫୦ ଫର୍ମୁଲା ଉପରେ ସହମତି ହୋଇଥିଲା । ଏବେ ବିଜେପି ମିଛ କହି ପଛଘୁଞ୍ଚା ଦେଉଛି ।

ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ବିଜେପିର ସହାୟତା ଆବଶ୍ୟକ କରେ ନାହିଁ । ଶିବସେନା ବିଜେପି ବିନା ସରକାର କରିପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଠା କଥା କହି ବିଜେପି ଶିବସେନାକୁ ସମାପ୍ତ କରିବାକୁ ଚାହୁଁଛି । କୌଣସି ବୁଝାମଣା ହୋଇନଥିବା କଥା କହି ବିଜେପି ମିଛ କହୁଛି । ମିଛ କହୁଥିବା ଏକ ଦଳ ସହ ଆଲୋଚନା କରି ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଫଡନବୀସ କହିଥିଲେ ଯେ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବୁଝାମଣା ହୋଇନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe