ଭିନେଶ ଓ ବଜରଙ୍ଗଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ବ୍ରଜଭୂଷଣଙ୍କୁ ଚେତାଇଲା ବିଜେପି : ରିପୋର୍ଟ

କଂଗ୍ରେସରେ ଯୋଗ ଦେଇଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ବିରୋଧରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଦେଉଥିବା ବିଭିନ୍ନ ବୟାନକୁ ନେଇ ବିଜେପି ନେତୃତ୍ବ ଅସନ୍ତୁଷ୍ଟ ଥିବା ଏକ ଗଣମାଧ୍ୟମରୁ ଜଣାପଡ଼ିଛି ।

brijbhusan

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗ ଦେଇଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ବିରୋଧରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଦେଉଥିବା ବିଭିନ୍ନ ବୟାନକୁ ନେଇ ବିଜେପି ନେତୃତ୍ବ ଅସନ୍ତୁଷ୍ଟ ଥିବା ଏକ ଗଣମାଧ୍ୟମରୁ ଜଣାପଡ଼ିଛି । 
ମିଳିଥିବା ସୂଚନା ଅନୁଯାୟୀ, ବ୍ରଜଭୂଷଣ ଶରଣ ସିଂହଙ୍କୁ କୁସ୍ତିଯୋଦ୍ଧାଙ୍କ ଉପରେ ମନ୍ତବ୍ୟ ଦେଇ କୌଣସି ବିବାଦ ସୃଷ୍ଟି ନ କରିବାକୁ ବିଜେପି କହିଛି।

ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣଙ୍କ ବିରୋଧରେ ଭିନେଶ ଫୋଗାଟ ଏବଂ ସାକ୍ଷୀ ମଲ୍ଲିକଙ୍କ ସମେତ ଦେଶର କିଛି ଶ୍ରେଷ୍ଠ ଆଥଲେଟ୍ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। 

 କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ବିରୋଧରେ ମନ୍ତବ୍ୟ ଦେଇ କୌଣସି ବିବାଦ ସୃଷ୍ଟି ନ କରିବାକୁ ବିଜେପି ବ୍ରଜଭୂଷଣ ଶରଣ ସିଂହଙ୍କୁ କହିଛି।

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେବା ପ୍ରସଙ୍ଗରେ ବ୍ରଜ ଭୂଷଣ ଶରଣ ସିଂହ ଅଭିଯୋଗ କରିଥିଲେ ଯେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ କଂଗ୍ରେସର ଷଡ଼ଯନ୍ତ୍ର ଥିଲା। ବ୍ରଜଭୂଷଣ ଶରଣ ସିଂହ କହିଥିଲେ, ସେମାନେ (ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ) ଚେହେରା ଥିଲେ। ସେମାନେ ଥିଲେ ମୋହରା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା, କଂଗ୍ରେସ ଓ କଂଗ୍ରେସ ପରିବାର ତାଙ୍କୁ ମୋହରା ଭାବେ ବ୍ୟବହାର କରୁଥିଲେ।  ଭାରତୀୟ କୁସ୍ତି ମହାସଂଘ ଉପରେ ଦଖଲ କରିବା ଏବଂ ବିଜେପି ଓ ଏହାର ବିଚାରଧାରା ଉପରେ ଆକ୍ରମଣ କରିବା ପାଇଁ ଏସବୁ ରଚନା କରାଯାଇଥିଲା। କଂଗ୍ରେସର ରାହୁଲଙ୍କ ଏହି ଟିମ୍ ଏସବୁ କରି ଚାଲିଛି। ୨୦୧୨ରେ ହୁଡ୍ଡାଙ୍କ ସହ କଡ଼ା ଟକ୍କର ପରେ ବ୍ରଜ ଭୂଷଣ ଶରଣ ସିଂହ ପ୍ରଥମ ଥର ପାଇଁ ଡବ୍ଲ୍ୟୁଏଫ୍ଆଇର ନିୟନ୍ତ୍ରଣ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe