ଓଡ଼ିଶାରେ ୧୭ଟି ଲୋକସଭା ଆସନ ଜିତିବୁ, ରାଜ୍ୟରେ ସରକାର ଗଢିବୁ : ଅମିତ ଶାହା

ଓଡ଼ିଶାରେ ୧୭ଟି ଲୋକସଭା ଆସନ ଜିତିବୁ, ରାଜ୍ୟରେ ସରକାର ଗଢିବୁ : ଅମିତ ଶାହା

ନୂଆଦିଲ୍ଲୀ: ଓଡ଼ିଶା ସଂପର୍କରେ ଏକ ଗୁରତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ୧୭ଟି ଲୋକସଭା ଆସନ ଜିତିବ ଓ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ।

ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଓଡ଼ିଶାରେ ଆମେ ସରକାର ଗଢ଼ିବାକୁ ଯାଉଛୁ। ଓଡ଼ିଶାରେ ଆମେ ୧୭ଟି ଲୋକସଭା ଆସନ ଜିତିବୁ । ଏହା ସହିତ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ। ଖରାପ ଶାସନ ଯୋଗୁଁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ଲୋକଙ୍କୁ ଯିବାକୁ ବାରଣ କରାଯାଉଛି। ତେଣୁ ଏଥର ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି। ଏଠାରେ ଆମର ପ୍ରଦର୍ଶନ ବହୁତ ଭଲ ରହିବ।  ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ।

ସୂଚନାଯୋଗ୍ୟ ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏଥର ପୂର୍ବଭାରତରେ ଆଶ୍ଚର୍ଯ୍ୟଜନକ ଫଳାଫଳ କରିବ ବିଜେପି । ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଭଲ ପ୍ରଦର୍ଶନ କରିବ ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe