ହରିୟାଣାରେ ପୁଣି କ୍ଷମତାକୁ ଫେରିବ ବିଜେପି, ୯୦ରୁ ୭୮ଟି ଆସନ ହାତେଇବ !

Advertisment

ଏବିପି ନ୍ୟୁଜ/ସି-ଭୋଟରର ଆକଳନ

ଏବିପି ନ୍ୟୁଜ/ସି-ଭୋଟରର ଆକଳନ

ହରିୟାଣାରେ ପୁଣି କ୍ଷମତାକୁ ଫେରିବ ବିଜେପି, ୯୦ରୁ ୭୮ଟି ଆସନ ହାତେଇବ !

photo-jansatta.com

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବିପି ନ୍ୟୁଜ/ସି-ଭୋଟର ସର୍ଭେର ପ୍ରଥମ ଆକଳନ ସାମ୍ନାକୁ ମଧ୍ୟ ଆସିଛି । ଏହା ଅନୁସାରେ, ବିଜେପି ଗତଥର ଅପେକ୍ଷା ଅଧିକ ଆସନରେ ବିଜୟୀ ହୋଇ ପୁନର୍ବାର କ୍ଷମତାକୁ ଫେରିବାକୁ ଯାଉଛି । ଏବିପି ନ୍ୟୁଜ/ସି-ଭୋଟରର ସର୍ଭେ ଅନୁସାରେ ହରିୟାଣାରେ ସମୁଦାୟ ୯୦ଟି ଆସନରୁ ୭୮ଟି ଆସନ ବିଜେପି ହାତେଇବ।

ଅପରପକ୍ଷରେ କଂଗ୍ରେସକୁ ୮ଟି ଆସନ, ଜେଜେପି ପାର୍ଟି କୁ ଗୋଟିଏ ଆସନ ଏବଂ ଅନ୍ୟ ଦଳମାନଙ୍କୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।ଏଥର ବିଜେପିକୁ ୪୮ ପ୍ରତିଶତ ଭୋଟ ମିଳିପାରେ ବୋଲି ଏଥିରେ କୁହାଯାଇଛି। ତେବେ କଂଗ୍ରେସକୁ ବିଜେପି ତୁଳନାରେ ଅଧାରୁ ବି କମ ୨୨ ପ୍ରତିଶତ, ଜେଜେପିକୁ ୮ ପ୍ରତିଶତ, ଆଇଏନଏଲଡିକୁ ୩ ପ୍ରତିଶତ ଏବଂ ଅନ୍ୟ ଦଳକୁ ୨୧ପ୍ରତିଶତ ଭୋଟ ମିଳିପାରେ ବୋଲି ଅନୁମାନ କରାଯାଇଛି ।

publive-image photo--lokmatnews

ସୂଚନାଯୋଗ୍ୟ ହରିୟାଣାରେ ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟର ୯୦ଟି ବିଧାନସଭା ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା ।ଗତଥର କଂଗ୍ରେସକୁ ୧୫ଟି ଏବଂ ଆଇଏନଏଲଡିକୁ ୧୯ଟି ଏବଂ ହରିୟାଣା ଜନହିତ କଂଗ୍ରେକୁ ୨ଟି ଆସନ ମିଳିଥିଲା । ଅପରପକ୍ଷରେ ବିଏସପି ଏବଂ ଅକାଳୀ ଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା । ୫ଟି ବିଧାନସଭା ଆସନରେ ସ୍ବାଧୀନ ପାର୍ଥୀ ବିଜୟଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe