ଅରୁଣାଚଳ ପ୍ରଦେଶ : ନିର୍ବାଚନ ପୂର୍ବରୁ ହିଁ ୧୦ଟି ବିଧାନସଭା ଆସନ ଜିତିସାରିଲାଣି ବିଜେପି

ଅରୁଣାଚଳ ପ୍ରଦେଶ : ନିର୍ବାଚନ ପୂର୍ବରୁ ହିଁ ୧୦ଟି ବିଧାନସଭା ଆସନ ଜିତିସାରିଲାଣି ବିଜେପି

ଇଟାନଗର : ଲୋକସଭା ନିର୍ବାଚନ ସମେତ ଅରୁଣାଚଳ ପ୍ରଦେଶରେ ବି ବିଧାନସଭା ନିର୍ବାଚନ ହେବ । ରାଜ୍ୟରେ ଭୋଟ ଗ୍ରହଣ ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ରହିଥିବାବେଳେ ବିଜେପି ୧୦ଟି ବିଧାନସଭା ଆସନ ଜିତିସାରିଲାଣି ।  କିନ୍ତୁ ଏହା କିପରି ସମ୍ଭବ ହେଲା ?

ପ୍ରକୃତ କଥା ହେଉଛି, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ସମେତ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୦ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ଶେଷ ହେବା ପରେ ଖଣ୍ଡୁ ଓ ଅନ୍ୟ ୯ ଜଣଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପୱନ କୁମାର ସେନ୍ ଗଣମାଧ୍ୟମକୁ କହିଛନ୍ତି।

ତୱାଙ୍ଗ ଜିଲ୍ଲାର ମୁକ୍ତୋ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଖାଣ୍ଡୁ ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଚୌନା ମେଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୌଖମ ଆସନରେ ବିଜୟୀ ହୋଇଥିବା ବେଳେ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବୟାମାସୋ କ୍ରି ଶନିବାର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି।

୬ଟି ବିଧାନସଭା ଆସନରେ ମାତ୍ର ଗୋଟିଏ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଅନ୍ୟ ୪ଟିରେ ବିରୋଧୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଏପ୍ରିଲ ୧୯ରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe