ବିହାର ଜନାଦେଶ : ୧୫ଟି ଆସନର ଫଳାଫଳ ଘୋଷଣା : ୬ଟି ଆସନରେ ବିଜେପି, ୨ଟି ଲେଖାଏଁ ଆସନରେ ଜେଡିୟୁ, ଆରଜେଡି ବିଜୟୀ

ବିହାର ଜନାଦେଶ : ୧୫ଟି ଆସନର ଫଳାଫଳ ଘୋଷଣା : ୬ଟି ଆସନରେ ବିଜେପି, ୨ଟି ଲେଖାଏଁ ଆସନରେ ଜେଡିୟୁ, ଆରଜେଡି ବିଜୟୀ

image credit : india today

ପାଟନା : ବିହାର ବିଧାନସଭା ନିର୍ବାଚରେ ଉଭୟ ଏନଡିଏ ଓ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । ସାରାଦିନ ଆଗୁଆ ରହିବା ପରେ ଏନଡିଏ ଅଗ୍ରଣୀ ଥିବା ଆସନ ସଂଖ୍ୟା କମିବା ଆରମ୍ଭ କରିଛି । ଅନ୍ୟପକ୍ଷରେ ମହାମେଣ୍ଟ ଆଗୁଆ ଥିବା ଆସନ ସଂଖ୍ୟା ବଢିବାରେ ଲାଗିଛି ।

ସର୍ବଶେଷ ସୂଚନା ଅନୁସାରେ ଏନଡିଏ ୧୨୩ଟି ଆସନରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୧୨ଟି ଆସନରେ ଆଗୁଆ ରହିଛି ।
ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ପକ୍ଷରୁ ଏପର୍ଯ୍ୟନ୍ତ ୧୩ଟି ଆସନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି । ସେଗୁଡ଼ିକ ମଧ୍ୟରୁ ବିଜେପି ୫ଟି ଆସନରେ ଜିତିଥିବାବେଳେ ଜେଡିୟୁ, ଆରଜେଡି, ବିକାଶଶୀଳ ଇନସାନ ପାର୍ଟି ୨ଟି ଲେଖାଏଁ ଆସନରେ ବିଜୟ ହାସଲ କରିଛନ୍ତି । ସେହିପରି କଂଗ୍ରେସ ଓ ସିପିଏମ ଗୋଟିଏ ଲେଖାଏଁ  ଆସନରେ ବିଜୟ ଲାଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe