ବିଜେପି ପୋଛିନେଲା ଗୁଜରାଟ ପଞ୍ଚାୟତ ନିର୍ବାଚନ, ପ୍ରଦେଶ କଂଗ୍ରେସ ସଭାପତି ଇସ୍ତଫା ଦେଲେ

Advertisment

ସୁରଟ୍‌ରେ ୨୭ ଆସନ ଆପ୍‌ ଦଖଲରେ, ଗୋଧ୍ରାରେ ଅୱେସିଙ୍କ ଦଳକୁ ସଫଳତା

ସୁରଟ୍‌ରେ ୨୭ ଆସନ ଆପ୍‌ ଦଖଲରେ, ଗୋଧ୍ରାରେ ଅୱେସିଙ୍କ ଦଳକୁ ସଫଳତା

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

National Herald

ଗାନ୍ଧୀନଗର: ଗୁଜରାଟ ପଂଚାୟତ ଏବଂ ପୌର ନିର୍ବାଚନରେ ବିଜେପିକୁ ବିପୁଳ ସଫଳତା ମିଳିଛି। ସନ୍ଧ୍ୟା ୭ଟା ସୁଦ୍ଧା ଘୋଷିତ ଫଳାଫଳ ଅନୁଯାୟୀ ବିଜେପି ସହରାଞ୍ଚଳରେ ୧୯୭୬ ଆସନରେ ବିଜୟୀ ହୋଇଥିବା ବେଳେ ପଂଚାୟତରେ ୭୩୫ଟି ଆସନରେ ବିଜୟୀ ହୋଇଛି। ସମସ୍ତ ୩୧ ଜିଲ୍ଲା ପଂଚାୟତରେ ବିଜେପି ବିଜୟୀ ହୋଇଛି। ସହରାଞ୍ଚଳରେ କଂଗ୍ରେସକୁ ୩୫୬ ଆସନ ଏବଂ ଜିଲ୍ଲା ପଞ୍ଚାୟତରେ ୧୫୭ ଆସନ ମିଳିଛି।

କଂଗ୍ରେସ ପଂଚାୟତ ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଅମିତ ଚାୱଡ଼ା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅହମଦାବାଦ, ସୁରଟ, ରାଜକୋଟ, ବଦୋଦରା, ଜାମନଗର ଏବଂ ଭବନଗରେ ବିଜେପି ବହୁତ ବଡ଼ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଆମ ଆଦ୍‌ମୀ ପାର୍ଟି ସୁରଟ ନଗର ନିଗମରେ ୨୭ ଆସନ ଦଖଲ କରି ଚମକାଇ ଦେଇଛି। ସୁରଟରେ ଆପ୍‌ ମୁଖ୍ୟ ବିରୋଧୀ ଦଳ ପାଲଟିଛି । ଅନ୍ୟପକ୍ଷରେ ଗୋଧ୍ରାରେ ଅସଉଦ୍ଦିନ ଅୱେସିଙ୍କ ଦଳ ୬ଟି ଆସନରେ ବିଜୟୀ ହୋଇଛି। ରାଜ୍ୟରେ ୮୧ଟି ପୌରାଞ୍ଚଳ, ୩୧ ଜିଲ୍ଲା ପଞ୍ଚାୟତ ଏବଂ ୨୩୧ଟି ତାଲୁକା ପଂଚାୟତ ପାଇଁ ନିର୍ବାଚନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe