ମାଲଦାରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ଆକ୍ରମଣ

ମାଲଦାରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ଆକ୍ରମଣ

First India

କୋଲକାତା : ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ବିଜେପି ମହିଳ‌ା ମୋର୍ଚ୍ଚା ଉପସଭାପତି ମୌସୁମୀ ଦାସଙ୍କୁ ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୌସୁମୀଙ୍କ ସ୍ବାମୀ ପିଣ୍ଟୁ ମଣ୍ଡଳ କହିଛନ୍ତି, ଦୁଇଜଣ ଅସାମାଜିକ ବ୍ୟକ୍ତି ଛାତ ବାଟେ ଆସି ଘରେ ପଶି ମୌସୁମୀଙ୍କୁ ଶୋଇଥିବା ସମୟରେ ଛୁରୀରେ ଆକ୍ରମଣ କରି ଦୌଡ଼ି ପଳାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ଆକ୍ରମଣ ପାଇଁ ଟିଏମ୍‌ସିକୁ ଦାୟୀ କରି ମଣ୍ଡଳ କହିଛନ୍ତି, ତାଙ୍କ ପତ୍ନୀ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ହେବାପରେ ଏଭଳି ଆକ୍ରମଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe