ଝଗଡ଼ାର ସମାଧାନ କରିବାକୁ ଯାଇ ବିଜେପି କର୍ମୀଙ୍କ ମୃତ୍ୟୁ, ଟିଏମସି ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିବାର ଆରୋପ ଲଗାଇଲା ବିଜେପି

ଝଗଡ଼ାର ସମାଧାନ କରିବାକୁ ଯାଇ ବିଜେପି କର୍ମୀଙ୍କ ମୃତ୍ୟୁ, ଟିଏମସି ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିବାର ଆରୋପ ଲଗାଇଲା ବିଜେପି

ndtv

କୋଲକାତା: ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି | ଏହି ଘଟଣାଟି ପଶ୍ଚିମବଙ୍ଗର କୁଚବେହାର ଜିଲ୍ଲାରେ ଘଟିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ |

Can you predict death? - Telegraph India Telegraph India

ସୂଚନା ମୁତାବକ, ମା' କାଳୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ସମ୍ପ୍ରଦାୟ କ୍ଲବ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ଏହି ସମୟରେ ବିଜେପି କର୍ମୀ କଳାଚାନ୍ଦ କରମାକର ଦୁଇ ଗୋଷ୍ଠୀକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ବୁଝାଇବା ମଧ୍ୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା | ଘଟଣାସ୍ଥଳରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ପରିବାର ଲୋକେ ଦାବି କରୁଥିବା ବେଳେ ଟିଏମସି ଦଳ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଇଥିବା କହିଛି ବିଜେପି | କୁଚବେହାର ଜିଲ୍ଲାରେ ନିର୍ବାଚନ ହାରିବା ପରେ ଟିଏମସି ବିଜେପିକୁ ଟାର୍ଗେଟ କରୁଥିବା ନେଇ ବିଜେପି ପକ୍ଷରୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe