ପଶ୍ଚିମବଙ୍ଗରେ ମିଳିଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ, ଅନ୍ୟ ଦୁଇ ଜଣଙ୍କୁ ଗୁଳି ହତ୍ୟା ପଛରେ ତୃଣମୂଳ କଂଗ୍ରେସର ହାତ !

ପଶ୍ଚିମବଙ୍ଗରେ ମିଳିଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ, ଅନ୍ୟ ଦୁଇ ଜଣଙ୍କୁ ଗୁଳି ହତ୍ୟା ପଛରେ ତୃଣମୂଳ କଂଗ୍ରେସର ହାତ !

photo-oneindia

କୋଲକତା:ପଶ୍ଚିମ ବଙ୍ଗରେ କ୍ରମାଗତ ଭାବେ ରାଜନୈତିକ ହିଂସା ଜାରି ରହିଛି। ପୁଣିଥରେ ଦୁଇ ଜଣ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ଓ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତଦ୍‌ବ୍ୟତୀତ ଗତ ରାତିରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ରୋମନ୍‌ ସିଂହଙ୍କର ଶବ ମିଳିଛି। ଏହାପରେ ସେହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ ଝାଡ଼ଗ୍ରାମର ଗୋପୀବଲ୍ଲଭପୁର ଅଞ୍ଚଳରେ ମିଳିଛି।

ଏହି ହତ୍ୟା ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି ସିଧାସଳଖ ଟିଏମ୍‌ସିକୁ ଦାୟୀ କରିଥିବାବେଳେ ପୁଲିସ କିନ୍ତୁ ଏକଥାକୁ ଅସ୍ୱୀକାର କରିଛି। ପୁଲିସ କହିଛି ଯେ ରୋମନ୍‌ ସିଂହ ପୂର୍ବରୁ ରୋଗଗ୍ରସ୍ତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ମେଦିନାପୁରରେ ଦୁଇଜଣ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ରାଜନୈତିକ ହିଂସାରେ ଉଭୟଙ୍କର ପ୍ରାଣହାନି ଘଟିଥିଲା। ଏଥର ପଶ୍ଚିମବଙ୍ଗରେ ଯେଉଁଭଳି ରାଜନୈତିକ ହିଂସା ପରିଲକ୍ଷିତ ହୋଇଛି ,ଆଗରୁ ସେଭଳି ସ୍ଥିତି କେବେ ବି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe