ବିମାନବନ୍ଦରରେ ବିଦ୍ରୋହୀ ବିଧାୟକଙ୍କ ଭବ୍ୟ ସ୍ବାଗତ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କହିଲା ବିଜେପି

Advertisment
ବିମାନବନ୍ଦରରେ ବିଦ୍ରୋହୀ ବିଧାୟକଙ୍କ ଭବ୍ୟ ସ୍ବାଗତ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କହିଲା ବିଜେପି

indiatoday

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧିରେ ଦିରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର ବିଦ୍ରୋହୀ ବିଧାୟକଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଏବେ ସେମାନଙ୍କ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସୁପ୍ରିମକୋର୍ଟରେ ସିନ୍ଦେ କ୍ୟାମ୍ପ କରିଥିବା ଆବେଦନ ଉପରେ ଶୁଣାରି ପରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଆଜି ଜରୁରୀ ବୈଠକ ହୋଇଥିଲା। ସୂଚନାନୁସାରେ, ଏହି ବୈଠକରେ କର୍ମୀଙ୍କୁ ପ୍ରସ୍ତୁତ ରଖିବା ପାଇଁ ନେତାମାନଙ୍କୁ କୁହାଯାଇଛି, ଯେତେବେଳେ ବି ବିଦ୍ରୋହୀ ଶିବସେନା ବିଧାୟକମାନେ ମୁମ୍ବାଇ ଫେରିବେ, ବିଜେପି କର୍ମୀମାନେ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ। ଅନ୍ୟପକ୍ଷରେ ବିଜେପିର ସୁଧୀର ମୁଙ୍ଗତିୱାର କହିଛନ୍ତି ଯେ ସେ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଗୋଷ୍ଠୀ ବୋଲି ଭାବନ୍ତି। ଯଦି ସେମାନେ କିଛି ଭଲ ପ୍ରସ୍ତାବ ସହିତ ଆସନ୍ତି, ତେବେ ଆମେ ଏହାକୁ ବିଚାର କରିବୁ।

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ, ସୁପ୍ରିମକୋର୍ଟରେ ଶୁଣାଣି ପରେ ସିନ୍ଦେ କ୍ୟାମ୍ପ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କ ନିକଟକୁ ଯାଇ ଏମଭିଏ ସରକାରଙ୍କୁ କରୁଥିବା ସମର୍ଥନ ପ୍ରତ୍ୟାହାର କରିପାରନ୍ତି ଏବଂ ଉଦ୍ଧବ ଠାକରେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦାବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe