‘ବିଜେପି’ ହାତଯୋଡ଼ି ଈଶ୍ବରଙ୍କୁ ପୂଜା କରୁଛି, କିନ୍ତୁ ପ୍ରକୃତ ତପସ୍ବୀଙ୍କ ଭବିଷ୍ୟତ ନଷ୍ଟ କରୁଛି: ରାହୁଲ୍‌ ଗାନ୍ଧୀ

‘ବିଜେପି’ ହାତଯୋଡ଼ି ଈଶ୍ବରଙ୍କୁ ପୂଜା କରୁଛି, କିନ୍ତୁ ପ୍ରକୃତ ତପସ୍ବୀଙ୍କ ଭବିଷ୍ୟତ ନଷ୍ଟ କରୁଛି: ରାହୁଲ୍‌ ଗାନ୍ଧୀ

Image Courtesy of India Today

ଉଜ୍ଜୟିନୀ: ‘ବିଜେପି’ ହାତଯୋଡ଼ି ଈଶ୍ବରଙ୍କୁ ପୂଜା କରୁଛି, କିନ୍ତୁ ପ୍ରକୃତ ତପସ୍ବୀଙ୍କ ଭବିଷ୍ୟତ ନଷ୍ଟ କରୁଛି ମଙ୍ଗଳବାର ସନ୍ଧ୍ୟାରେ  ଉଜ୍ଜୟିନୀସ୍ଥିତ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା ପରେ କଂଗ୍ରେସ ‌ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି।

‘ଭାରତ ଯୋଡ଼ୋ ଯାତ୍ରା’ରେ କରୁଥିବା ରାହୁଲ୍‌ ଗାନ୍ଧୀ ଗତକାଲି ଧୋତି ଓ ଲାଲ୍‌ ରଙ୍ଗର ଉତ୍ତରୀୟ ସହ ରୁଦ୍ରାକ୍ଷ ମାଳା ପରିଧାନ କରି ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।  ମନ୍ଦିରର ଗର୍ଭଗୃହ ଏବଂ ତତ୍‌ସଂଲଗ୍ନ ‘ନନ୍ଦୀ ଗୃହ’ରେ ପୂଜାର୍ଚ୍ଚନା ବେଳେ ତାଙ୍କ ସାଥିରେ ଥିଲେ ଦଳୀୟ ନେତା କମଲ ନାଥ, ଜୟବର୍ଦ୍ଧନ ସିଂହ ଏବଂ ଜିତୁ ପଟୱାରି। ଏହାଛଡ଼ା, ଉଜ୍ଜୟିନୀରେ ସେ ଜୈନ ସନ୍ଥ ପ୍ରଜ୍ଞା ସାଗର ମହାରାଜଙ୍କର ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ।

ପୂଜା ପରେ ଆୟୋଜିତ ସାଧାରଣ ସଭାରେ ରାହୁଲ୍‌ କହିଥିଲେ, ଏ ଦେଶ ହେଉଛି ତପସ୍ବୀଙ୍କୁ ପୂଜା କରାଉଥିବା ଦେଶ। ଗତ ୩ ମାସ ହେବ ମୁଁ ତପାଚାର କରିଆସୁଛି, କିନ୍ତୁ ବାସ୍ତବ ତପସ୍ବୀମାନଙ୍କ ନିକଟରେ ତାହା ଅତି ନିଊନ। ପ୍ରକୃତ ତପସ୍ବୀ ହେଉଛନ୍ତି କୃଷକ ଓ ଶ୍ରମିକ। ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତପସ୍ୟା କରନ୍ତି।

publive-image Image Grabbed From Video

‘ବିଜେପି’ ସରକାରକୁ ସମାଲୋଚନା କରିବା ଲାଗି ରାହୁଲ୍‌ ହିନ୍ଦୁଧର୍ମ ଦୃଷ୍ଟାନ୍ତ ଦେଇ କହିଥିଲେ, କଠିନ ପରିଶ୍ରମ କରୁଥିବା ଶ୍ରମିକ, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ‘ବିଜେପି’ ସରକାର ଅସମ୍ମାନ କରୁଛି। ‘ଭଗବତ୍‌ ଗୀତା’ରୁ ଉଦ୍ଧୃତ କରି ସେ ଆହୁରି ମଧ୍ୟ କହିଛନ୍ତି, ଗୀତାରେ ଉଲ୍ଲେଖ ଅଛି ଯେ, ଫଳ ବିଷୟରେ ଚିନ୍ତା ନ କରି ‘ତପସ୍ୟା’ କରିବା ଉଚିତ। ସରକାର ପ୍ରକୃତ ତପସ୍ବୀମାନଙ୍କୁ ଫଳ ଦେବା ଉଚିତ, କିନ୍ତୁ ଦେଉ ନାହାନ୍ତି। ‘ବିଜେପି’ରେ ଥିବା ଲୋକେ ଈଶ୍ବରଙ୍କ ଆଗରେ ହାତ ଯୋଡ଼ନ୍ତି, କିନ୍ତୁ ପରେ ପ୍ରକୃତ ‘ତପସ୍ୟା’ କରୁଥିବା ଲୋକମାନଙ୍କୁ ନିପାତ କରନ୍ତି।

କାହାରି ନାମ ଉଲ୍ଲେଖ ନ କରି ବ୍ୟବସାୟୀ ଓ ସରକାରଙ୍କ ସ୍ବାର୍ଥବିଜଡ଼ିତ ପୁଞ୍ଜିବାଦକୁ ସମାଲୋଚନା କରି ରାହୁଲ୍‌ ଅଭିଯୋଗ କହିଥିଲେ ଯେ, ରେଳବାଇ, ବିମାନ ବନ୍ଦର, କ୍ରୀଡ଼ା, ରାସ୍ତାଘାଟ ଏବଂ ବିଜୁଳି ଆଦି ଦେଶର କେବଳ ୨ଜଣ ଲୋକଙ୍କୁ ଦିଆଯାଉଛି। ଭାରତର ସମସ୍ତ ସମ୍ପଦ ସେମାନଙ୍କ ହାତକୁ ଟେକି ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe