ପଶ୍ଚିମବଙ୍ଗରେ ‘ବିଜେପି’ ଯୁବ ଶାଖା ନେତା ନିହତ; ‘ତୃଣମୂଳ କଂଗ୍ରେସ’ର କାର୍ଯ୍ୟ ବୋଲି ଦାବି କଲେ ଶୁଭେନ୍ଦୁ ଅଧିକାରୀ

Advertisment
ପଶ୍ଚିମବଙ୍ଗରେ ‘ବିଜେପି’ ଯୁବ ଶାଖା ନେତା ନିହତ; ‘ତୃଣମୂଳ କଂଗ୍ରେସ’ର କାର୍ଯ୍ୟ ବୋଲି ଦାବି କଲେ ଶୁଭେନ୍ଦୁ ଅଧିକାରୀ

Image Courtesy of India Today

କୋଲ୍‌କାତା: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଅନ୍ତର୍ଗତ ଇଟାହାରରେ ଆତତାୟୀମାନେ ‘ବିଜେପି’ ଯୁବ ଶାଖାର ନେତା ମିଥୁନ ଘୋଷଙ୍କୁ ବନ୍ଧୁକ ମାରି ହତ୍ୟା କରିଥିବା କଥା ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।

ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି, ଉତ୍ତର ଦିନାଜପୁର ଜିଲ୍ଲା ‘ବିଜେଓ୍ଵାଏମ୍‌ ଭିପି’ ମିଥୁନ ଘୋଷ ଇଟାହାରରେ ଆତତାୟୀମାନଙ୍କ ଗୁଳି ଚୋଟରେ ନିହତ ହୋଇଛନ୍ତି। ଏହା ‘ତୃଣମୂଳ କଂଗ୍ରେସ’ର ନିର୍ଦେଶରେ ହୋଇ ଥିବା ସ୍ପଷ୍ଟ ଜଣାପଡୁଛି। ଖାଉନ୍ଦଙ୍କ ଆଦେଶ ପାଳନ କରୁଥିବା ଏହି ରକ୍ତ ପିପାସୁ ଅସାମାଜିକ ଡାହାଳ କୁକୁରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ମିଥୁନ ଘୋଷଙ୍କୁ ଭୁଲି ପାରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe