ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା: ହାଜତରେ ପୀଡ଼ିତା ପିତାଙ୍କ ମୃତ୍ୟୁ, ୬ ପୁଲିସ କର୍ମୀ ନିଲମ୍ବିତ

Advertisment
ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା: ହାଜତରେ ପୀଡ଼ିତା ପିତାଙ୍କ ମୃତ୍ୟୁ, ୬ ପୁଲିସ କର୍ମୀ ନିଲମ୍ବିତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ପିତା ଆଜି ପୁଲିସ ହାଜତରେ ପ୍ରାଣ ହରାଇଛନ୍ତି। ପୀଡ଼ିତା ଜଣକ ଗତ ରବିବାର ଦିନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଏବଂ ତାଙ୍କ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣି ନିଜକୁ ଜାଳିଦେବାକୁ ଉଦ୍ୟମ କରିଥିଲେ। ତେବେ ଆଜି ପୀଡ଼ିତାଙ୍କ ବାପାଙ୍କ ହାଜତ ମୃତ୍ୟୁ ମାମଲାକୁ ଭିନ୍ନ ମୋଡ଼ ଦେଇଛି। ପରିବାର ସଦସ୍ୟ ଆଜି ଅଭିଯୋଗ ଆଣିଛନ୍ତି ଯେ ପୀଡ଼ିତାଙ୍କ ବାପାଙ୍କୁ ବିଜେପି ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ହାଜତରେ ମାରି ଦିଆଯାଇଛି। ତାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରି ରଖାଯାଇଥିଲା। ଏହି ଘଟଣାରେ ଆଜି ୬ ପୁଲିସ କର୍ମୀ ନିଲମ୍ବିତ ହୋଇଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତି ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe