ମହାରାଷ୍ଟ୍ର ସଂକଟ: ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌

Advertisment
ମହାରାଷ୍ଟ୍ର ସଂକଟ: ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌

Zee News

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଚାଲିଥିବା ବେଳେ ବିରୋଧୀ ଦଳ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ବାହାରି ଯାଇଛନ୍ତି। ସେ ଦିଲ୍ଲୀ ଯାଇ ସେଠାରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ରାଜ୍ୟରେ ଚାଲିଥିବା ସାଂପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ରାଜ୍ୟ ବିଜେପି କୋର୍‌ କମିଟି ବୈଠକ ତାଙ୍କ ବାସଭବନରେ ଆୟୋଜିତ ହେବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଫଡ୍‌ନାଭିସ୍‌।

ବିଦ୍ରୋହୀ ବିଧାୟକମାନଙ୍କ ନେତା ଏକନାଥ ସିନ୍ଦେ ମଧ୍ୟ ଦିଲ୍ଲୀ ଯିବେ ବୋଲି ସୂଚନା ରହିଛି। ସେ ସେଠାରେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ଭେଟିବାର ଯୋଜନା ରଖିଛନ୍ତି। ସେଠାରେ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ।

ମହାରାଷ୍ଟ୍ରର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସରକାରୀ ବାସଭବନ ସାଗର ବଙ୍ଗଳାରେ ଗତକାଲି ବିଜେପି କୋର୍‌ କମିଟି ବୈଠକ ହୋଇଥିଲା। ଉକ୍ତ ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇ ନଥିବା ବିଜେପି ପକ୍ଷରୁ କୁହାଯାଇଥିଲା। ଶିବସେନାର ଏକନାଥ ସିନ୍ଦେ ସରକାର ଗଠନ ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଯେତେବେଳେ ଏ ନେଇ ପ୍ରସ୍ତାବ ଆ‌ସିବ ସେତେ‌ବେଳେ ଆମେ ବିଚାର କରିବୁ ବୋଲି ବିଜେପି ପୂର୍ବରୁ କହିସାରିଛି।  ଅନ୍ୟ ଜଣେ ନେତା କହିଥିଲେ ଯେ ଯଦି ଦୁଇ ତୃତୀୟାଂଶ ବିଧାୟକ ସିନ୍ଦେଙ୍କ ସହ ଅଛନ୍ତି ତେବେ ସେମାନଙ୍କୁ କିଭଳି ଭାବେ ବିଦ୍ରୋହୀ କୁହାଯିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe