ବିଜେପି ଏକଛତ୍ରବାଦର ସବୁ ସୀମା ଟପିଗଲା: ଆତିଶୀ

ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ଆପ୍‌ ଦଳର ସମସ୍ତ ୨୧ ନିଲମ୍ବିତ ବିଧାୟକମାନଙ୍କୁ ଆଜି ଦିଲ୍ଲୀ ବିଧାନସଭାକୁ ପ୍ରବେଶ ଅନୁମତି ମିଳିନାହିଁ। ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀ ମୁଖ୍ୟ ଗେଟ୍‌ ବନ୍ଦ କରିବା ସହ ବ୍ୟା‌ରିକେଡ୍‌ ରଖିଥିଲେ।

adadzxsew

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ଆପ୍‌ ଦଳର ସମସ୍ତ ୨୧ ନିଲମ୍ବିତ ବିଧାୟକମାନଙ୍କୁ ଆଜି ଦିଲ୍ଲୀ ବିଧାନସଭାକୁ ପ୍ରବେଶ ଅନୁମତି ମିଳିନାହିଁ। ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀ ମୁଖ୍ୟ ଗେଟ୍‌ ବନ୍ଦ କରିବା ସହ ବ୍ୟା‌ରିକେଡ୍‌ ରଖିଥିଲେ।  ତେବେ ଆପ୍‌ ବିଧାୟକଙ୍କୁ ବିଧାନସଭା ପରିସରରେ ପ୍ରବେଶ ପାଇଁ ବାରଣ କରାଯିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି ଏବଂ ଏହା ଏକଛତ୍ରବାଦ ବୋଲି କହିଛନ୍ତି।  ଏକ୍ସରେ ଏକ‌ ପୋଷ୍ଟ୍‌  କରି ଆତିଶୀ କହିଛନ୍ତି, କ୍ଷମତାକୁ ଆସିବାପରେ ବିଜେପି ଏକଛତ୍ରବାଦର ସବୁ ସୀମା ଟପିଗଲା। ଆପ୍‌ ବିଧାୟକମାନେ ‘ଜୟ ଭୀମ’ ସ୍ଲୋଗାନ ଦେବାରୁ ଏବଂ ଭୀମରାଓ ଆମ୍ବେଦକରଙ୍କୁ ପ୍ରଶଂସା କରିବାରୁ  ସେମାନଙ୍କୁ ୩ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି।

 ଆପ୍‌ ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିଲାନି

ଆତିଶୀ କହିଛନ୍ତି, ଆପ୍‌ ବିଧାୟକଙ୍କୁ ବିଧା‌ନସଭା ପରିସରକୁ ମଧ୍ୟ ପୂରାଇ ଦିଆଯାଇନି। ଦିଲ୍ଲୀ ବିଧାନସଭା ଇତିହାସରେ ଏଭଳି କେବେ ଘଟିନାହିଁ। ଅନ୍ୟ ଜଣେ ନିଲମ୍ବିତ ବିଧାୟକ ସଂଜୀବ ଝା କହିଛନ୍ତି, ନିଲମ୍ବନ ସତ୍ତ୍ବେ ନିର୍ବାଚିତ ସଦସ୍ୟମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ  କରିବାକୁ ଅନୁମତି ମିଳିଥାଏ। କିନ୍ତୁ ପ୍ରଥମ ଥର ପାଇଁ ମୁଖ୍ୟ ଗେଟ୍‌ ବନ୍ଦ କରାଯାଇ ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଦିଆଯାଇନି।   ଆଜି କେବଳ ଆପ୍‌ ବିଧାୟକ ଅମନତୁଲ୍ଲା‌ ଖାନ୍‌  ବିଧାନସଭା‌ ଅଧିବେଶନର ତୃତୀୟ ଦିନରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe