ଟିଏମସି ଆକ୍ରମଣ କରିଥିବା ଅଭିଯୋଗ କରି ଉପନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କଲେ ବିିଜେପି ନେତା ଦିଲୀପ ଘୋଷ

ଟିଏମସି ଆକ୍ରମଣ କରିଥିବା ଅଭିଯୋଗ କରି ଉପନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କଲେ ବିିଜେପି ନେତା ଦିଲୀପ ଘୋଷ

www.indiatoday.in

କୋଲକାତା: ମତଦାନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ପଶ୍ଚିମବଙ୍ଗ ବିଜେପି ନେତା ଦିଲୀପ ଘୋଷ ଭବାନୀପୁର ଉପନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି। ପ୍ରଚାର ବେଳେ ଟିଏମସି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଏବଂ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରି ଏଭଳି ଦାବି କରିଛନ୍ତି ଦିଲୀପ ଘୋଷ।

ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ, ପ୍ରଚାର ଅଭିଯାନରେ ମୋତେ ଏବଂ ଦଳର ଅନ୍ୟ କର୍ମୀଙ୍କୁ ଘେରି ଟିଏମସି କର୍ମୀ ବିଜେପି ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ମୁଁ ଏକ ଟିକାକରଣ କେନ୍ଦ୍ରରେ ପ୍ରବେଶ କଲି। ସେମାନେ ଭିିତରକୁ ଆସି ମୋତେ ଘେରିବା ସହ ମୋତେ ଆକ୍ରମଣ କଲେ। ମୋ ସହ ଥିବା କର୍ମୀଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏହା ଦେଖି ମୋ ସୁରକ୍ଷାକର୍ମୀ ବନ୍ଧୁକ ବାହାର କରିଥିଲେ। ମୋ ଜୀବନ ବିପଦରେ ଥିଲା। ସେଥିପାଇଁ ସେମାନେ ଏଭଳି ପଦକ୍ଷେପ ନେଇଥିଲେ। ସୁରକ୍ଷା ବ୍ୟବସ୍ଥା ଉପରେ ନିର୍ବାଚନ କମିସନ ପର୍ଯ୍ୟାପ୍ତ ପଦକ୍ଷେପ ନେବା ଉଚିତ। କିନ୍ତୁ ଆମେ ତାହା ଦେଖିପାରୁ ନାହୁଁ। କେବଳ ମୋ ସହ ନୁୁହେଁ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ଯଦି ଆମେ ପ୍ରଚାର କରିପାରିବୁ ନାହିଁ, ତେବେ ଆମେ ଏହି ଉପନିର୍ବାଚନକୁ ବାତିଲ କରିବାକୁ ଦାବି କରୁଛୁ।

BJP Bhabanipur chaos www.indiatoday.in

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପ୍ରତିଦିନ ଘଟୁଛି। ଆମେ ପୁଲିସ ସହ ଯୋଗାଯୋଗ କରିସାରିଛୁ। କିନ୍ତୁ ସେମାନେ ଆମକୁ ସାହାଯ୍ୟ କରି ନାହାଁନ୍ତି। ଏଭଳି ସ୍ଥିତିରେ ମୁକ୍ତ ଏବଂ ନିରପେକ୍ଷ ମତଦାନ ସମ୍ଭବ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe