zeenews.india.com
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ୭ମ ପର୍ଯ୍ୟାୟ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ପରସ୍ପରକୁ କଟାକ୍ଷ କରିବା ସହ ପରସ୍ପର ବିରୋଧରେ ବୟାନବାଜି କରି ଭୋଟ୍ ହାତେଇବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏ ମଧ୍ୟରେ ବିଜେପି ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂଆ ସ୍ଲୋଗାନ ପ୍ରସ୍ତୁତ କରିଛି ।
ପୂର୍ବରୁ ଅବ୍କି ବାର୍ ମୋଦୀ ସରକାର, ଫିର୍ ଏକ ବାର୍ ମୋଦୀ ସରକାର ଭଳି ସ୍ଲୋଗାନ ବିଜେପି ପକ୍ଷରୁ ଆସି ସାରିଥିବା ବେଳେ ଏବେ ନୂଆ କରି ଅପ୍ନା ମୋଦୀ ଆଏଗା ସ୍ଲୋଗାନ ଆରମ୍ଭ ହୋଇଛି । ଟୁଇଟ୍ରେ #ଅପ୍ନାମୋଦୀଆଏଗା ଅଭିଯାନ ଆରମ୍ଭ ହେବା ପରେ ଧିରେ ଧିରେ ଏହା ଲୋକପ୍ରିୟ ହେବାରେ ଲାଗିଛି ।
Follow Us