ହତ୍ୟା ଧମକ ମିଳିବା ପରେ ନୂପୁର ଶର୍ମା ଓ ପରିବାରକୁ ମିଳିଲା କଡ଼ା ସୁରକ୍ଷା

Advertisment
ସୁପ୍ରିମକୋର୍ଟରେ ନୂପୁର ଶର୍ମାଙ୍କ ସାନି ଆବେଦନ : କଠୋର ସମାଲୋଚନା ପରେ ମୋ ଜୀବନ ବିପଦରେ, ମୋତେ ମିଳୁଛି ବଳାତ୍କାର ଧମକ

ନୂଆଦିଲ୍ଳୀ: ପ୍ରଫେଟ୍‌ ମହମ୍ମଦ ବିରୋଧୀ ଟିପ୍ପଣୀ ଦେଇ ବିବାଦକୁ ଆସିବା ପରେ ନିଲମ୍ବିତ ହୋଇଥିଲେ ବିଜେପି ମୁଖପାତ୍ର ନୂପୁର ଶର୍ମା। ଏବେ ତାଙ୍କୁ ହତ୍ୟା ଧମକ ମିଳୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାର ଲୋକ କହିବା ପରେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେ ଏବଂ ତାଙ୍କ ପରିବାର ଲୋକ ଏକ ଏଫ୍‌ଆଇଆର୍‌ ଦର୍ଜ କରି ପୁଲିସ୍‌ ସୁରକ୍ଷା ପାଇଁ ଦାବି କରିଥିଲେ। ତାଙ୍କ ଏଫ୍‌ଆଇଆର୍‌କୁ ଭିତ୍ତି କରି ଶର୍ମା ଏବଂ ତାଙ୍କ ପରିବାର ଲୋକଙ୍କ ସକାଶେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରଫେଟ୍‌ଙ୍କ ବିରୋଧ‌ରେ ମନ୍ତବ୍ୟ ଦେବା ପରେ ବିରୋଧୀ ଦଳୀୟ ନେତାମାନେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସେ ଦେଶର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ଦଳ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଥିଲା।

ତାଙ୍କର ଏପରି ବୟାନ ‌ହେତୁ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ପ୍ରଫେଟ ମହମ୍ମଦ ବିରୋଧୀ ଏହି ମନ୍ତବ୍ୟକୁ ୧୫ଟି ଦେଶ ନିନ୍ଦା କରିଛନ୍ତି। ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଇରାକ୍‌, ଇରାନ, କୁଏତ, କତର, ଓମାନ, ସାଉଦି ଆରବ, ୟୁଏଇ, ଜର୍ଡାନ,  ଆଫଗାନିସ୍ତାନ, ମାଳଦୀପ, ବାହରିନ୍‌, ଲିବ୍ୟା ଏବଂ ଇଣ୍ଡୋନେସିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe