ପଶ୍ଚିମବଙ୍ଗର ପୁରୁଲିଆରେ ବିଜେପିର ରଥଯାତ୍ରାରେ ସାମିଲ ହୋଇଥିବା ବସ ଭଙ୍ଗାକୁ ନେଇ ଟିଏମସିକୁ ଦାୟୀ କଲା ବିଜେପି

ପଶ୍ଚିମବଙ୍ଗର ପୁରୁଲିଆରେ ବିଜେପିର ରଥଯାତ୍ରାରେ ସାମିଲ ହୋଇଥିବା ବସ ଭଙ୍ଗାକୁ ନେଇ ଟିଏମସିକୁ ଦାୟୀ କଲା ବିଜେପି

Aaj Tak Bangla

ପୁରୁଲିଆ: ପଶ୍ଚିମବଙ୍ଗର ପୁରୁଲିଆରେ ବିଜେପି ଗାଡ଼ି ଉପରକୁ ଆକ୍ରମଣ। ଆଜି ବିଜେପି ପକ୍ଷରୁ ପରିବର୍ତ୍ତନ ରଥଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଥିବା ଏକ ବସର କାଚକୁ କିଛି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡ଼ିଛି। ବସର ଆଗରେ ଥିବା କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଯାଇଛି। ଏହି ଘଟଣା ପରେ ଆକ୍ରମଣ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି)କୁ ଦାୟୀ କରିଛି ବିଜେପି। ଭଙ୍ଗାରୁଜା ଘଟଣା ପରେ ଏହି ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି।

publive-image indiatoday

ସୂଚନା ଅନୁଯାୟୀ, ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରାଲି କରିବା ପରେ 'ପରିବର୍ତ୍ତନ' ରଥଯାତ୍ରା ପୁରୁଲିଆକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ବିଜେପି ନେତା ଅମିତ ମାଲବିୟ ଘଟଣା ବିଷୟରେ ସୂଚନା କହିଛନ୍ତି ଯେ, "ବାବାସାହେବ ଭୀମରାଓ ଆମ୍ବେଦକର ସମ୍ମାନ ଯାତ୍ରା ପାଇଁ ପୁରୁଲିଆରେ ପାର୍କିଂ ହୋଇଥିବା ବିଜେପି ରଥକୁ ଭଙ୍ଗା ଯାଇଛି। ଡ୍ରାଇଭର ଆହତ ହୋଇଛନ୍ତି। ତେବେ  ଆକ୍ରମଣ ସତ୍ତ୍ବେ କୋତୁଲପୁରରୁ ବିଜେପି ନିଜର ରଥଯାତ୍ରା କରିବ। ଟିଏମସି ଏହାକୁ ଅଟକାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe