ମୁସାରଫଙ୍କୁ ଥରୁରଙ୍କ ପ୍ରଶଂସା ପ୍ରସଙ୍ଗରେ ବିଜେପିର ଉତ୍ତର: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିଲେ ମୁସାରଫ!

Advertisment
ମୁସାରଫଙ୍କୁ ଥରୁରଙ୍କ ପ୍ରଶଂସା ପ୍ରସଙ୍ଗରେ ବିଜେପିର ଉତ୍ତର: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିଲେ ମୁସାରଫ!

Indtoday

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶୀ ଥରୁର ଗଭୀର ଶୋକବ୍ୟକ୍ତ କରିଛନ୍ତି। ତିରୁଅନନ୍ତପୁରମର କଂଗ୍ରେସ ସାଂସଦ ଥରୁର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ମୁସାରଫ ଏକଦା ଭାରତର ଶତ୍ରୁ ଥିଲେ। କିନ୍ତୁ ତାଙ୍କର ଚିନ୍ତାଧାରା ଅତ୍ୟନ୍ତ ସ୍ପଷ୍ଟ ଥିଲା। ଜାତିସଂଘରେ କାର୍ଯ୍ୟ କରିବା ସମୟରେ ମୁଁ ତାଙ୍କୁ ପ୍ରତିବର୍ଷ ଭେଟିବା ସମୟରେ ଏହା ଜାଣିପାରିଥିଲି। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଶାନ୍ତିର ବାସ୍ତବ ଶକ୍ତି ଥିଲେ। ଥରୁରଙ୍କ ଏପ୍ରକାର ମନ୍ତବ୍ୟକୁ ବିଜେପି ସହଜରେ ଗ୍ରହଣ କରିପାରିନାହିଁ। ଦଳର ଜାତୀୟ ପ୍ରବକ୍ତା ଶେହଜାଦ ପୁନାୱାଲା ଥରୁରଙ୍କୁ ଏଥିପାଇଁ ନିନ୍ଦା କରିଛନ୍ତି। ମୁସାରଫ ଥରୁରଙ୍କୁ ଜଣେ ଭଦ୍ରବ୍ୟକ୍ତି ବୋଲି ପ୍ରଶଂସା କରିଥିଲେ। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମୁସାରଫ ଚାହୁଥିଲେ। ସେଥିପାଇଁ ଶଶୀ ଏପରି କହିଛନ୍ତି ବୋଲି ପୁନାୱାଲା କହିଛନ୍ତି। କାର୍ଗିଲ ଯୁଦ୍ଧର ମୁଖ୍ୟ ଖଳନାୟକ, ଏକଛତ୍ରବାଦୀ ଶାସକ, ମୃତ କୁଖ୍ୟାତ ଆତଙ୍କବାଦୀ ଓସମା ବିନ୍‌ ଲାଡ଼େନ ଏବଂ ତାଲିବାନର ଦୃଢ଼ ସମର୍ଥକ ବୋଲି‌ ସେ ମୁସାରଫଙ୍କୁ ଆଖ୍ୟା ଦେଇଛନ୍ତି। ପାକିସ୍ତାନ ପ୍ରତି କଂଗ୍ରେସ ଦଳର ଭକ୍ତିକୁ ସେ କଟାକ୍ଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe