ଏନ୍‌ସିପି, ଶିବସେନାକୁ ବିଜେପିର ସଙ୍କେତ: ଫଡ଼ନାବିସ୍‌ ମୁଖ୍ୟମନ୍ତ୍ରୀ ହେବେ!

ମହାରାଷ୍ଟ୍ର ବିଜୟକୁ ନେଇ ବିଜେପିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ  ଦେବେନ୍ଦ୍ର ଫଡ଼ନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ଏନ୍‌ସିପି ଓ ଶିବସେନାକୁ ସଙ୍କେତ ଦିଆଯାଇଛି।

୧୦ ଟି ସିଟ୍‌ ଜିତିବାର କ୍ଷମତା ନାହିଁ, ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି : ଦେବେନ୍ଦ୍ର ଫଡନଭିସ୍‌

ମୁମ୍ବାଇ: ମହାରାଷ୍ଟ୍ର ବିଜୟକୁ ନେଇ ବିଜେପିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ  ଦେବେନ୍ଦ୍ର ଫଡ଼ନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ଏନ୍‌ସିପି ଓ ଶିବସେନାକୁ ସଙ୍କେତ ଦିଆଯାଇଛି। ଏଭଳି ବିଶାଳ ବିଜୟ ପରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରହିବାକୁ ଚାହୁଛି ଏବଂ ସେହି ଆଧାରରେ  ସହଯୋଗୀମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଦଳ  ଏକାକୀ ସରକାର ଗଠନ କରିବା ପାଇଁ ମାତ୍ର ୧୩ଟି ଆସନ ପଛରେ ରହିଛି।  ରାଜ୍ୟରେ ଦଳର ସବୁଠାରୁ ବଡ଼ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ କ୍ଷମତାକୁ ଆଣିବା ପଥରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ରାଜ୍ୟ ଶାଖା ପକ୍ଷରୁ କେନ୍ଦ୍ରୀୟ ନେତୃତ୍ବକୁ ଅବଗତ କରାଯାଇଛି।  ବିଜୟ ପରବର୍ତ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ‘ପରମ ମିତ୍ର’ ଭାବରେ ବର୍ଣ୍ଣନା କରିଥିବାରୁ ଏହାକୁ ଏ ଦିଗରେ ଏକ ଦୃଢ଼ ସଙ୍କେତ ଭାବରେ ଦେଖାଯାଉଛି । 

ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଆମ ପାଖରେ ଏକନାଥ ସିନ୍ଦେଙ୍କ ଦଳ ହାସଲ କରିଥିବା ସଂଖ୍ୟାର ଦୁଇଗୁଣରୁ ଅଧିକ ବିଧାୟକ ରହିଛନ୍ତି। ଯେତେବେଳେ ଆମେ ଫଡ଼ନାବିସଙ୍କୁ ତାଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ରାଜି କଲୁ ସେତେବେଳେ ଆମ   କର୍ମୀମାନେ ନିରାଶ ହୋଇଥିଲେ । ଦଳୀୟ ଶୃଙ୍ଖଳା ଯୋଗୁଁ ଫଡ଼ନାବିସ ଏଥିରେ ରାଜି ହୋଇଥିଲେ। ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମୟ ଆସିଛି ଏବଂ ଏଥିରେ କାହାର କିଛି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଶୀର୍ଷ ପଦ ପାଇଁ ବିଜେପିର  ଦାବିକୁ ଏନ୍‌ସିପି ମୁଖ୍ୟ ଅଜିତ ପାୱାର ସମର୍ଥନ କରିବା ନିଶ୍ଚିତ ବୋଲି କୁହାଯାଉଛି । ଅଜିତ ଫଡ଼ନାବିସଙ୍କ ଭଳି ଜଣେ ଅଣ-ମରାଠା ବ୍ୟକ୍ତିଙ୍କ ସହିତ କାମ କରିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି।  ଅନ୍ୟ ଜଣେ ସାଥୀ ମରାଠା (ଏକନାଥ ସିନ୍ଦେ)ଙ୍କ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ ଫଡ଼ନାବିସଙ୍କ ସହ କାମ କରିବା  ଅଜିତଙ୍କ ପାଇଁ ଅଧିକ ସହଜ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe