କଠୋର ମଦନୀତି ଦାବି କରି ଜାନୁଆରି ୩୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ମନ୍ଦିରରେ ରହିବେ ଉମା ଭାରତୀ

Advertisment
କଠୋର ମଦନୀତି ଦାବି କରି ଜାନୁଆରି ୩୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ମନ୍ଦିରରେ ରହିବେ ଉମା ଭାରତୀ

Image Courtesy of India Today

ଭୋପାଳ: ଘୋଷଣା କରାଯିବାକୁ ଥିବା ମଧ୍ୟପ୍ରଦେଶ ମଦନୀତିକୁ ଅଧିକ କଠୋର କରିବା ଦାବିକରି ଶନିବାର ଦିନ ‘ବିଜେପି’ ନେତ୍ରୀ ଉମା ଭାରତୀ ଭୋପାଳସ୍ଥିତ ଏକ ମନ୍ଦିରରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନୂଆ ମଦନୀତି ଘୋଷଣା କରିବାର ସମ୍ଭାବନା ଅଛି। କିନ୍ତୁ, ଏହି ମଦନୀତିକୁ ଅଧିକ କଠୋର କରାଯାଉ ବୋଲି ଦାବି ଉପସ୍ଥାପନ କରିବା ଲାଗି ଭାରତୀ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ ମନ୍ଦିରରେ ଅବସ୍ଥାପନ କରିବେ। ପ୍ରତିବର୍ଷ ସରକାର ଘୋଷଣା କରୁଥିବା ମଦନୀତିରେ କିଛି ସଂଶୋଧନ କରାଯାଉ ବୋଲି ସେ ଦାବି କରିଛନ୍ତି। ଯାହା ଫଳରେ ନିଶାନିବାରଣ ନୀତି ପ୍ରସାର ଉପରେ ନିୟନ୍ତ୍ରଣ ରହିପାରିବ।

ସୂଚନାଯୋଗ୍ୟ, ଶନିବାର ଅପରାହ୍ଣରେ ଭାରତୀ ଅଯୋଧ୍ୟା ଅଞ୍ଚଳରେ ଥିବା ପଞ୍ଚମୁଖୀ ହନୁମାନ ଓ ଦୁର୍ଗା ମନ୍ଦିରରେ ପହଞ୍ଚି ଘୋଷଣା କରିଛନ୍ତି ଯେ, ମଦନୀତି ଘୋଷଣାକୁ ଅପେକ୍ଷା କରି ସେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଉକ୍ତ ମନ୍ଦିର ସମ୍ମୁଖରେ ଗୋଟାଏ ମଦ ଦୋକାନ ଅଛି। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଉମା ଭାରତୀ କହିଛନ୍ତି, ଭଙ୍ଗାଯିବାକୁ ଥିବା ଗୋଟିକ (ମଦ ଦୋକାନ) ସାମନାରେ ଅଛି। ତାହାକୁ ଭାଙ୍ଗିବା ପାଇଁ ଯିଏଆବଶ୍ୟକ ଶକ୍ତି ଯୋଗାଇବେ ସେ ପଛରେ ଅଛନ୍ତି (ମନ୍ଦିର)। ମତେ ଖୁବ୍‌ ଅସୁବିଧା ଲାଗିବାରୁ ମୁଁ ଏଠାକୁ ଆସିଛି। ଦେବୀ ଦୁର୍ଗା ଓ ପ୍ରଭୁ ହନୁମାନଙ୍କ ମନ୍ଦିର ଥିବା ଏହି ସ୍ଥାନର ମାତ୍ର ୫୦ ମିଟର ଦୂରେ ମଦ ଦୋକାନ ଓ ବାର୍‌ ରହିଛି।

ମୁଁ ସମ୍ପୂର୍ଣ୍ଣ ମଦ ନିଷେଧ ଦାବି କରୁନାହିଁ। ଯଦି ମୋ ନିୟନ୍ତ୍ରଣରେ ରାଜ୍ୟ ଥାଆନ୍ତ ମୁଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରି ଥାଆନ୍ତି। ଶିବାଜୀଜୀଙ୍କ ଉପରେ ମୋର ଅଖଣ୍ଡ ବିଶ୍ବାସ ରହିଛି। ଜାନୁଆରି ୩୧ ତାରିଖ ଦିନ ଘୋଷଣା କରାଯିବାକୁ ଥିବା ମଦନୀତି ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe