ଶିବପୁରୀ(ମଧ୍ୟପ୍ରଦେଶ,: ମଧ୍ୟପ୍ରଦେଶରେ ଜଣେ ବିଜେପି ନେତା ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାଣାନ୍ତକ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୋଧରେ ସିନ୍ଧିଆ ଗୋଟିଏ ଅଙ୍ଗୁଳି ଉଠାଇଲେ ଆମେ ତାଙ୍କ ହାତ ଭାଙ୍ଗିଦେବୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସେ ପଦେ ବି କହିଲେ ତାଙ୍କ ଜିଭ କାଟି ଦିଆଯିବ ବୋଲି ବିଜେପି ନେତା ତଥା କିରର ସେବା ସମାଜର ଅଧ୍ୟକ୍ଷ ରାଧେ ଶ୍ୟାମ ଧକଡ଼ ଧମକ ଦେଇ ଏବେ ଅଡୁଆରେ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲା ଅନ୍ତର୍ଗତ କୋଲାରସ ଏବଂ ମୁଙ୍ଗାଓଲିରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଉଭୟ ସ୍ଥାନରେ କଂଗ୍ରେସ ନେତା ସିନ୍ଧିିଆଙ୍କର ଦଖଲ ରହିଛିା ତେଣୁ ତାଙ୍କୁ ବିରୋଧ କରି ବିଜେପି ନେତା ରାଧେ ଶ୍ୟାମ କୋଲାରସରେ ଏକ ଜନ ବୈଠକରେ ଦେଇଥିବା ଏଭଳି ଧମକପୂର୍ଣ୍ଣ ବୟାନର ଭିଡିଓ ଏବେ ଭାଇରାଲ୍ ହୋଇଛି । ଶିବରାଜଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାନ ସମ୍ପୃକ୍ତ ଅଞ୍ଚଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ସେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଦୀପକ ବିଜୟବର୍ଗିୟ ଧକଡ଼ଙ୍କର ଏହି ଧମକ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିବା ସହ ଘଟଣା ସତ ହୋଇଥିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତିା
ଜ୍ୟୋତିରାଦିତ୍ୟଙ୍କୁ ବିଜେପି ନେତାଙ୍କ ଧମକ : ବିରୋଧ କଲେ ହାତ ଭାଙ୍ଗି ଜିଭ କାଟିଦେବୁ
Advertisment
Follow Us