ଟ୍ରେନ ଅପହରଣ : ମହିଳା ଓ ଶିଶୁମାନଙ୍କୁ ମୁକ୍ତ କଲା ବିଏଲଏ

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ତେବେ ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ ମୁକ୍ତ କରାଯାଇଛି ବୋଲି ବିଏଲ୍ଏ କହିଛି।

ଅଦ୍ୟତନ ହୋଇଛି
bla

କ୍ବେଟା : ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ଏହା ସହିତ ୧୧ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଏଲଏ ଲଢୁଆ ମାନେ ଏକ ଡ୍ରୋନକୁ ମଧ୍ୟ ନିପାତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ବିଏଲଏ କବଜାରେ ରହିଛି । 

ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ ମୁକ୍ତ କରାଯାଇଛି । ପାକିସ୍ତାନ ସେନା, ପୁଲିସ, ଆଇଏସଆଇ ଓ ଏଟିଏଫର ଯବାନଙ୍କ ସମେତ ୧୮୨ ଜଣଙ୍କୁ ବନ୍ଦୀ କରି ରଖାଯାଇଛି ବୋଲି ବିଏଲ୍ଏ ଦାବି କରିଛି  ।

ତେବେ ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ ମୁକ୍ତ କରାଯାଇଛି ବୋଲି ବିଏଲ୍ଏ ଦାବି କରିଛି। ପାକିସ୍ତାନ ସେନା, ପୁଲିସ, ଆଇଏସଆଇ ଓ ଏଟିଏଫର ଯବାନଙ୍କ ସମେତ ୧୮୨ ଜଣ ଙ୍କୁ ବନ୍ଦୀ କରି ରଖାଯାଇଛି । କେବଳ ଏତିକି ନୁହେଁ, ଏହି ଅପରେସନରେ ସେନା ସାମିଲ ହେଲେ ସମସ୍ତ ବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ପୁଣି ଥରେ ଧମକ ଦେଇଛି। ଏହି ରକ୍ତପାତ ପାଇଁ ପାକିସ୍ତାନ ସେନା ଦାୟୀ ରହିବ ବୋଲି ବିଏଲଏ କହିଛି।

ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ବିରୋଧରେ ସଂଗ୍ରାମ କରୁଛି ବିଏଲଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe