Image Courtesy of India Today
ଚେନ୍ନାଇ: ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ ଏବଂ ଅନ୍ୟମାନେ ଯାତ୍ରା କରୁଥିବା ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍ର ‘ବ୍ଲାକ୍ ବକ୍ସ୍’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି। ସେନାର ଉଦ୍ଧାରକାରୀ ୟୁନିଟ୍ ଉକ୍ତ ‘ଏମ୍ଆଇ-୧୭ଭି୫’ ହେଲିକପ୍ଟର୍ର ଭଙ୍ଗାରୁଜା ଅଂଶରୁ ତାହାକୁ ଖୋଜି ବାହାର କରିଛନ୍ତି।
ଉଦ୍ଧାର ହୋଇଥିବା ‘ବ୍ଲାକ୍ ବକ୍ସ’ଟିକୁ କପଡ଼ାରେ ଗୁଡ଼ାଇ ସେନା ଗାଡ଼ିରେ ୱେଲିଙ୍ଗ୍ଟନ୍ ସେଣ୍ଟର୍କୁ ନିଆଯାଇଛି। ବିଶ୍ଳେଷଣ ନିମନ୍ତେ ତାହାକୁ ସେଠାରୁ ନୂଆଦିଲ୍ଲୀ କିଂବା ବେଙ୍ଗାଲୁରୁ ପଠାଯିବ।
ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳର ୩୦୦ ମିଟର୍ ରୁ ୧ କିଲୋମିଟର୍ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ବ୍ୟାପକ ତଲାସ କରିବା ପରେ କର୍ତ୍ତୃପକ୍ଷମାନେ ‘ବ୍ଲାକ୍ ବକ୍ସ୍’ ଉଦ୍ଧାର କରାଯାଇଛି। କେଉଁ କାରଣ ଯୋଗୁଁ ଏଭଳି ବିୟୋଗାନ୍ତ ଘଟଣା ଘଟିଲା ‘ବ୍ଲାକ୍ ବକ୍ସ୍’ ସେ ସବୁ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ତଥ୍ୟ ଯୋଗାଇ ଦେବ।
Image Courtesy of Deccan Heraldସ୍ଥାନୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୱେଲିଙ୍ଗ୍ଟନ୍ ଆର୍ମି ସେଣ୍ଟର୍ ମଧ୍ୟସ୍ଥ ଜିମ୍ଖାନା କ୍ଲବ୍ ହେଲିପ୍ୟାଡ୍ରେ ଅବତରଣ କରିବାକୁ ଆଉ ମାତ୍ର ୧୦ ମିନିଟ୍ ଥିବା ବେଳେ ହେଲିକପ୍ଟର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବିଷୟରେ ବାୟୁସେନା କୌଣସି କାରଣ ଜଣାଇ ନ ଥିଲେ ବି ଦୁର୍ଘଟଣା ଘଟିଥିବା ଅଞ୍ଚଳର ବାସିନ୍ଦାମାନେ କହୁଛନ୍ତି ଯେ, ମଧ୍ୟାହ୍ନରେ ପାଗ କୁହୁଡ଼ିଆ ଥିବା ବେଳେ ହେଲିକପ୍ଟର୍ଟି ତଳ ଆଡ଼କୁ ଖସି ଆସି ଦୁର୍ଘଟଣାଗ୍ରସ୍ତ ହେଲା।
ବିମାନ ଦୁର୍ଘଟଣା ବିଷୟରେ ନୀଳଗିରି ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ଯେ, ଭୂଇଁକୁ ଖସି ପଡ଼ିବା ଆଗରୁ ହେଲିକପ୍ଟର୍ଟି ଜନବସତି ଅଞ୍ଚଳର ଖୁବ୍ ନିକଟରେ ବିପଜ୍ଜନକ ଭାବେ ତଳୁଆ ଉଡୁଥିଲା। ଉଡ଼ିବା ବେଳେ ନଞ୍ଜପ୍ପଞ୍ଚତିରମ୍ ସଂରକ୍ଷିତ ଅରଣ୍ୟର ଗୋଟାଏ ବୃକ୍ଷରେ ପିଟି ହୋଇ ଏହି ଉନ୍ନତ ହେଲିକପ୍ଟର୍ଟିରେ ନିଆଁ ଲାଗିଯାଇଥିଲା।
Follow Us