ଜୁନ୍‌ ୧୯ ଇତିହାସରେ ‘କଳା ଦିବସ’

ପ୍ରଧାନମନ୍ତ୍ରୀ ଚୀନ୍‌ ଅତିକ୍ରମଣ ପ୍ରସଙ୍ଗରେ ମିଛ କହୁଛନ୍ତି: କଂଗ୍ରେସ

ଜୁନ୍‌ ୧୯ ଇତିହାସରେ ‘କଳା ଦିବସ’

Image Courtesy of News18

ନୂଆଦିଲ୍ଲୀ: କଂଗ୍ରେସ କହିଛି ଜୁନ୍‌ ୧୯ ଭାରତ ଇତିହାସରେ ଏକ ‘କଳା ଦିବସ’। ଚୀନ୍‌ ଅତିକ୍ରମଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିଦିନ ଦେଶବାସୀଙ୍କୁ ମିଛ କହିଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆର୍ଥିକ ସହାୟତା ଦେବାପାଇଁ ମୋଦୀ ସରକାର ବେଜିଂର ଆସିଆନ୍‌ ଇନଫ୍ରାଷ୍ଟ୍ରକ୍‌ଚର ଇନ୍‌ଭେଷ୍ଟମେଣ୍ଟ୍‌ ବ୍ୟାଙ୍କ୍‌(ଏଆଇଆଇବି)ରୁ ୫,୫୨୧ କୋଟି ଟଙ୍କାର ଋଣ ଆଣିଥ‌ିଲେ। ଯେଉଁ ସମୟରେ ପୂର୍ବ ଲଦାଖ୍‌ରେ ଭାରତୀୟ ସେନା ପିଏଲ୍‌ଏ ବିରୋଧରେ ଲଢ଼ୁଥିଲେ ସେ ସମୟରେ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ଗରିବମାନଙ୍କୁ ସହଯୋଗ କରିବାପାଇଁ ମୋଦୀ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। କଂଗ୍ରେସ ମୁଖପାତ୍ର ପବନ ଖେରା ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନେ ଭିନ୍ନ ଭାଷାରେ କଥା କହୁଛନ୍ତି।

ସେ କହିଛନ୍ତି ଜୁନ୍‌ ୧୯ ଇତିହାସରେ ଏକ ‘କଳା ଦିବସ’। କାରଣ ଏହି ‌ଦିନ ଦେଶର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିଲେ। କେବଳ ସେ ଚୀନ୍‌କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିନଥିଲେ, ଚୀନ୍‌ରେ ଅବସ୍ଥାପିତ ଏଆଇଆଇବି ସହ ଏକ ଋଣଚୁକ୍ତି ସ୍ବାକ୍ଷର କରିଥିଲେ। ସେ ସମୟରେ ଦେଶର ୨୦ ଜଣ ବୀର ଯବାନ ‌ଆମ ସାର୍ବଭୌମତ୍ବକୁ ସୁରକ୍ଷା ଦେଇ ପ୍ରାଣବଳି ଦେଇଥିଲେ। ଉଲ୍ଲେଖଯୋଗ୍ୟ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଲଗାତାର ସରକାରଙ୍କୁ ସମାଲୋଚନା କରି ଆସିଛନ୍ତି। ତେବେ ଖେରା କହିଛନ୍ତି, ୨ଟି କଥାରୁ ସରକାରଙ୍କର ଏହି ମିଛ ଧରା ପଡ଼ିଯାଇଛି। ପ୍ରଥମଟି ହେଉଛି ସରକାର ଗତକାଲି ଗୃହରେ ସ୍ବୀକାର କରିଥିଲେ ଯେ, ଭାରତ ଚୀନ୍‌ର ଏକ ବ୍ୟାଙ୍କ୍‌ରୁ ୯,୨୦୨ କୋଟି ଟଙ୍କାର ଋଣ ଆଣିଛି। ୨୦୧୬ରେ ଏହି ବ୍ୟାଙ୍କ୍‌ ପ୍ରତିଷ୍ଠା ହୋଇଥିଲା। ତେବେ ଭାରତ ପ୍ରଥମ ଋଣ ମେ’ ୮ରେ ଆଣିଥିଲା। ଏହି ସମୟରେ ପୂର୍ବ ଲଦାଖ୍‌ରେ ଚୀନ୍‌ ଅତିକ୍ରମଣ ଖବର ଆସିଥିଲା। ତେବେ ଗଲ୍‌ୱାନ୍‌ ସଂଘର୍ଷର ୪ ଦିନ ପରେ ତଥା ଜୁନ୍‌ ୧୯ରେ ଭାରତ ଚୀନ୍‌ର ଏହି ବ୍ୟାଙ୍କ୍‌ରୁ ଦ୍ବିତୀୟ ଋଣ ଆଣିଥିଲା। ଏହି ସମା‌ନ ଦିନ ମଧ୍ୟ ମୋଦୀ ଦେଶବାସୀଙ୍କୁ ଚୀନ୍‌ ଅତିକ୍ରମଣ ପ୍ରସଙ୍ଗରେ ମିଛ କହିଛନ୍ତି ବୋଲି ଖେରା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe