ପଶ୍ଚିମବଙ୍ଗରେ ବ୍ୟାପୁଛି କଳାଜ୍ବର

Advertisment
ପଶ୍ଚିମବଙ୍ଗରେ ବ୍ୟାପୁଛି କଳାଜ୍ବର

Dutable

କୋଲକାତା : ଗତ ଦୁଇ ସପ୍ତାହ ଭିତରେ ପଶ୍ଚିମବଙ୍ଗର ୧୧ଟି ଜିଲ୍ଲାରେ ୬୫ଟି କଳାଜ୍ବରର ନମୁନା ଚିହ୍ନଟ ହୋଇଛି। ରାଜ୍ୟର ଜନୈକ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି, ଦାର୍ଜିଲିଂ, ମାଲ୍‌ଦା, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର ଓ କାଲିମପୋଙ୍ଗ।

ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରୁ କଳାଜ୍ବର ଏକପ୍ରକାର ଲୋପ ପାଇଥିଲା। କିନ୍ତୁ ସମ୍ପ୍ରତି ୧୧ଟି ଜିଲ୍ଲାରେ ୬୫ଟି ମାମଲା ଚିହ୍ନଟ କରାଯାଇଛି। ରୋଗ ଜଣାପଡ଼ିଗଲା ପରେ ରାଜ୍ୟ ସରକାର ତାହାର ନିୟନ୍ତ୍ରଣ କରିପାରିବେ ଏବଂ ଅନ୍ୟ ଅଞ୍ଚଳକୁ ବ୍ୟାପିବାକୁ ଦେବେ ନାହିଁ। ବୀରଭୂମ, ବାଙ୍କୁଡ଼ା, ପୁରୁଲିଆ ଓ ମୁର୍ଶିଦାବାଦ ଜିଲ୍ଲାରେ ମଧ୍ୟ ଏହି ରୋଗ ଚିହ୍ନଟ ହୋଇଛି। ସ୍ୟାଣ୍ଡ୍‌ଫ୍ଲାଇ ନାମକ ଛୋଟ ମାଛି କାମୁଡ଼ାରେ ଏହି ରୋଗ ବ୍ୟାପିଥାଏ। ଏହି ମାଛି ମାଧ୍ୟମରେ ରୋଗକାରକ ଲିସମାନିଆ ଦୋନୋବନି ନାମକ ପରଜୀବୀ ସଂକ୍ରମିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe