କଙ୍ଗନାଙ୍କୁ କଳାପତାକା

Advertisment
କଙ୍ଗନାଙ୍କୁ କଳାପତାକା

ନୂଆଦିଲ୍ଲୀ : ବିଜେପିର ମଣ୍ଡି ଲୋକସଭା ଆସନ ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ ଆଜି କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। କଙ୍ଗନା ଆଜି ହିମାଚଳପ୍ରଦେଶର କାଜା ଗସ୍ତ କରିଥିବାବେଳେ ତାଙ୍କୁ ସେଠାରେ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ। ଉକ୍ତ ଘଟଣା ସଂକ୍ରାନ୍ତରେ ହିମାଚଳପ୍ରଦେଶ ବିରୋଧୀ ଦଳ ନେତା ଜୟରାମ ଠାକୁର କହିଛନ୍ତି, କଂଗ୍ରେସ କର୍ମୀମାନେ ଆମ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଏବଂ ଗାଡ଼ି ଉପରକୁ ପଥର ମାଡ଼ କରି ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଆମେ ଲାହଲ ଏବଂ ସ୍ପିଟିର କାଜା ଯାଇଥିଲୁ। ବିଜେପି ମଣ୍ଡି ପ୍ରାର୍ଥୀ ମଧ୍ୟ ଆମ ସହ ଥିଲେ। କିନ୍ତୁ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ କଂଗ୍ରେସ କର୍ମୀମାନେ ଆମ ଗାଡ଼ି ଉପରକୁ ପଥର ମାଡ଼ କରି ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ଏଭଳି ଘଟଣାକୁ ମୁଁ କଡ଼ା ନିନ୍ଦା କରୁଛି।

ଏଭଳି ତ୍ରୁଟି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ପ୍ରାର୍ଥୀ ଏବଂ କଙ୍ଗନାଙ୍କ ପ୍ରତିଦ୍ବନ୍ଦ୍ବୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି, ଉକ୍ତ ଘଟଣା ସଂକ୍ରାନ୍ତରେ ମୁଁ କିଛି ଜାଣିନାହିଁ। କିନ୍ତୁ କାଜା ଯିବା ସମୟରେ କଙ୍ଗନା ରାଣାୱତ ଦଲାଇଲାମାଙ୍କ ଉପ‌ରେ ଦେଇଥିବା ଟିପ୍ପଣୀ ମୁଁ ଶୁଣିଥିଲି। କଙ୍ଗନା ଦଲାଇଲାମାଙ୍କ ପବିତ୍ରତାକୁ ନେଇ ଏକ ଭୁଲ୍‌ ଟିପ୍ପଣୀ ‌ଦେଇଥିଲେ। ସେ ଏଥିପାଇଁ ଦଲାଇଲାମାଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ଉଚିତ। ଉଲ୍ଳେଖଯୋଗ୍ୟ ଯେ କଙ୍ଗନା ଆଜି କାଜାରେ ଏକ ରାଲି କରିଥିଲେ। ଏହି ସମୟରେ ଲୋକମାନେ ‘କଙ୍ଗନା ରାଣାୱତ ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe