୧୦୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ‘ବ୍ଲାକ ଫଙ୍ଗସ୍’ କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

Advertisment
୧୦୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ‘ବ୍ଲାକ ଫଙ୍ଗସ୍’ କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କଠାରେ ଦେଖାଦେଉଥିବା ମ୍ୟୁକର ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହାସହ ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ଅଧିସୂଚନା ଜାରି କରିଦେଇଛନ୍ତି । ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁସାରେ ଧାରା -୩ ଓ ସହପଠିତ ଧାରା -୪ ମୁତାବକ ମ୍ୟୁକର ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗକୁ ସମ୍ପୂର୍ଣ୍ଣ ରାଜ୍ୟରେ ମହାମାରୀ ଭାବେ ଘୋଷଣା କରାଯାଇଛି ।

publive-image

ଚିକିତ୍ସା ବିଭାଗର ପ୍ରମୁଖ ଶାସନ ସଚିବ ଅଖିଲ ଆରୋରାଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଅଧିସୂଚନା ମୁତାବକ କରୋନା ଭୂତାଣୁ ସଂକ୍ରମିତଙ୍କଠାରେ ଦେଖା ଦେଉଥିବା ମ୍ୟୁକର ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ଲାକ ଫଙ୍ଗସ୍ କୁ କରୋନା ସଂକ୍ରମଣର ଦ୍ୱିତୀୟ ସୋପାନ ଭାବେ ନଜରରେ ରଖି କରୋନା ସଂକ୍ରମିତଙ୍କ ଭଳି ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା କରାଯିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

Black fungus declared an epidemic in Rajasthan | Jaipur News - Times of India Times of India

ଉଲ୍ଲେଖଯୋଗ୍ୟ, ସାରା ଦେଶରେ ବଢୁଥିବା ବ୍ଲାକ ଫଙ୍ଗସ୍ ରୋଗକୁ ନେଇ ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ମଧୁମେହ ରୋଗୀଙ୍କଠାରେ ଏହି ରୋଗ ଅଧିକ ମାତ୍ରାରେ ଦେଖା ଦେଉଛି । ଏହି ରୋଗ ସଂକ୍ରମଣ ଫଳରେ ରୋଗୀ ଅନ୍ଧ ହୋଇଯାଇଥାଏ । ରାଜସ୍ଥାନରେ ପାଖା ପାଖି ୧୦୦ ଜଣ ଲୋକଙ୍କଠାରେ ଏହି ରୋଗ ଚିହ୍ନଟ ହୋଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe