କୋଭିଡ୍‌ ରୋଗୀଙ୍କର ୩୦%ଙ୍କୁ ଚିକିତ୍ସାର ୧୦ଦିନ ଭିତରେ ‘ବ୍ଲାକ୍‌ ଫଙ୍ଗସ୍‌’

Advertisment
‘ବ୍ଲାକ୍‌ ଫଙ୍ଗସ୍‌’ ବୃଦ୍ଧି ପଛରେ ଦୂଷିତ ଅମ୍ଳଜାନ ଯୋଗାଣ!

Zee News

ମୁମ୍ବାଇ: ମହାମାରୀ କୋଭିଡ୍‌ରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କ ଭିତରୁ ୩୦ ପ୍ରତିଶତ ରୋଗୀ ଚିକିତ୍ସାର ୧୦ ଦିନ ଭିତରେ ଘାତକ ଭୂତାଣୁ ସଂକ୍ରମଣ 'ବ୍ଲାକ୍‌ ଫଙ୍ଗସ୍‌' ବା ମ୍ୟୁକୋର୍ମାଇକୋସିସ୍‌ର ଶିକାର ହେଉଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ଏଭଳି ଲକ୍ଷଣକୁ କେବଳ କୋଭିଡ୍‌ ଜନିତ କହିହେବନି ବୋଲି ଉକ୍ତ ଅନୁଧ୍ୟାନ ସ୍ପଷ୍ଟ କରିଛି। କିଛି ମାସ ବା ସପ୍ତାହ ତଳେ ଏହି ମ୍ୟୁକୋର୍ମାଇକୋସିସ୍‌ର ପ୍ରାଦୁର୍ଭାବ ଜଣାପଡ଼ିଥିବା ବେଳେ ମୁମ୍ବାଇ ସ୍ଥିତ ପ୍ୟାରେଲ୍‌'ସ ଗ୍ଲୋବାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୩୨ ଜଣ ରୋଗୀଙ୍କର ପରୀକ୍ଷା ନିରୀକ୍ଷାରୁ ଏପରି ନିର୍ଯାସ ମିଳିପାରିଛି।

ସେମାନଙ୍କ ଭିତରେ ୬ ଜଣ ମହିଳା ରହିଥିବା ବେଳେ ସର୍ବକନିଷ୍ଠ ରୋଗୀ ଜଣକ ୨୮ ବର୍ଷୀୟ ଏବଂ ବୟୋଜ୍ୟେଷ୍ଠ ରୋଗୀ ଜଣକ ୬୫ ବର୍ଷର ବୋଲି ଜଣାଯାଇଛି। ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ ଅନ୍ତର୍ଗତ ଜଳଗାଓଁ, ଧୁଲେ ଏବଂ ବୁଲଧାନା ପରି ସହରରୁ କୋଭିଡ୍‌ ଚିକିତ୍ସା ପାଇଁ ଆସିଥିବା ଏହି ରୋଗୀମାନେ ଚିକିତ୍ସାର ହାରାହାରି ୧୨ ଦିନ ଭିତରେ 'ବ୍ଳାକ୍‌ ଫଙ୍ଗସ୍‌' ଲକ୍ଷଣ ପ୍ରଦର୍ଶନ କରୁଥିବା ଜଣାଯାଇଛି। ସେମାନଙ୍କ ଭିତରୁ ଜଣେ ରୋଗୀଙ୍କ ଠାରେ ସର୍ବନିମ୍ନ ୫ ଦିନ ଭିତରେ ଏପରି ଅବିଗୁଣ ଦେଖାଯାଇଛି। ଦୁଇଜଣ ଅଣମଧୁମେହ ରୋଗୀଙ୍କ ଠାରେ ଏହି ମ୍ୟୁକୋର୍ମାଇକୋସିସ୍‌ ଦେଖାଦେଇଥିବା ବେଳେ ମଧୁମେହ ରୋଗୀମାନେ ଏହି 'ବ୍ଳାକ୍‌ ଫଙ୍ଗସ୍‌' ପ୍ରତି ଅଧିକ ସଂକ୍ରମଣପ୍ରବଣ ବୋଲି କୁହାଯାଇଛି। ସେହିପରି ଡାକ୍ତରଖାନାରେ ଭର୍ତ୍ତି ହେଲା ପରେ ବିଭିନ୍ନ ଶକ୍ତିବର୍ଦ୍ଧକ ଓ ଅନ୍ୟାନ୍ୟ ଉପଚାର ମାଧ୍ୟମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଭିତରୁ ୨୫ରୁ ୩୦ ପ୍ରତିଶତଙ୍କ ଠାରେ ମଧୁମେହ ବିକଶିତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe