‘ବ୍ଲାକ୍‌ ହୋଲ୍‌’ ରହସ୍ୟ ଫିଟିଲା

Advertisment
‘ବ୍ଲାକ୍‌ ହୋଲ୍‌’ ରହସ୍ୟ ଫିଟିଲା

Image Source: India Today

ପ୍ୟାରିସ୍‌: ଗୁରୁବାର ଦିନ ବୈଜ୍ଞାନିକମାନେ ‘କୃଷ୍ଣ ଗହ୍ଵର’ ବା ‘ବ୍ଲାକ୍‌ ହୋଲ୍‌’ର ପୁଙ୍ଖାନୁପୁଙ୍ଖ କାର୍ଯ୍ୟପ୍ରଣାଳୀ ଆବିଷ୍କାର କରିଛନ୍ତି। ଫଳରେ ତାରକା ଭକ୍ଷଣକାରୀ ଏହି ଦାନବ କେମିତି ସମସ୍ତ ବସ୍ତୁକୁ ଭକ୍ଷଣ କରୁଛି ସେ ସଂକ୍ରାନ୍ତରେ ୪୦ ବର୍ଷ ଧରି ଚାଲି ଆସିଥିବା ରହସ୍ୟ ଉନ୍ମେଚିତ ହୋଇଛି।
ପ୍ରକାଣ୍ଡ ମହାଜାଗତିକ ଜିନିଷର ପ୍ରଥମ ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ‘କୃଷ୍ଣ ଗହ୍ଵର’ ସୃଷ୍ଟି ଓ ବିକାଶ ସଂକ୍ରାନ୍ତରେ ବହୁ କଥା ବୁଝି ପାରିଛନ୍ତି।

ପ୍ରକାଣ୍ଡ ନକ୍ଷତ୍ରଟାଏ ଆପଣାଛାଏଁ ଧ୍ୱଂସ ପାଇଲେ ‘କୃଷ୍ଣ ଗହ୍ଵର’ ସୃଷ୍ଟି ହୋଇଥାଏ। ବାସ୍ତବରେ ଏହା ‘ଗହ୍ଵର’ ନୁହେଁ, ବରଂ ମାଧ୍ୟାକର୍ଷଣ ବଳ ଥିବା ଗୁଡ଼ାଏ ପଦାର୍ଥର ସମାହାର। ଏହାର ମାଧ୍ୟାକର୍ଷଣ ଶକ୍ତି ଏଡ଼େ ଟାଣୁଆ ଯେ ଏଥିରୁ ଆଲୋକ ମଧ୍ୟ ଖସି ଯାଇ ପାରେ ନାହିଁ।

ବାଷ୍ପ, ଧୂଳି ଓ ଅନ୍ୟାନ୍ୟ ମହାଶୂନ୍ୟ ଆବର୍ଜନା ଶୋଷି ନେଉଥିବା ‘କୃଷ୍ଣ ଗହ୍ଵର’ କ୍ରମେ ଚକ୍ରାକାର ଧାରଣ କରେ। ଏହା ଚାରିପଟେ ବେଢ଼ିଥାଏ ବ୍ରହ୍ମାଣ୍ଡର ଉଜ୍ଜ୍ୱଳତମ ଜିନିଷ ସବୁ। ଫଳରେ ଏହି ଚକ୍ର ଝାପ୍‌ସା ଦେଖାଯାଏ।

କିନ୍ତୁ ଏହି ଚକ୍ର ସବୁବେଳେ ଗୋଟାଏ ଢଳନ୍ତା ମୁଦ୍ରାରେ କୃଷ୍ଣଗହ୍ଵର ଆଡ଼କୁ କୋଣ କରି ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe