କର୍କଟ ପୀଡ଼ିତ ଥିବା ଅଭିନେତା ଚାଦୱିକ୍ ବୋସମ୍ୟାନଙ୍କ ମୃତ୍ୟୁ, ହଲିଉଡ୍ ଫିଲ୍ମ 'ବ୍ଲାକ୍ ପାନ୍ଥର' ପାଇଁ ହୋଇଥିଲେ ଲୋକପ୍ରିୟ

Advertisment
କର୍କଟ ପୀଡ଼ିତ ଥିବା ଅଭିନେତା ଚାଦୱିକ୍ ବୋସମ୍ୟାନଙ୍କ ମୃତ୍ୟୁ, ହଲିଉଡ୍ ଫିଲ୍ମ 'ବ୍ଲାକ୍ ପାନ୍ଥର' ପାଇଁ ହୋଇଥିଲେ ଲୋକପ୍ରିୟ

indiatoday

ନୂଆଦିଲ୍ଲୀ: ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ହଲିଉଡ୍ ଫିଲ୍ମ 'ବ୍ଲାକ୍ ପାନ୍ଥର୍' ଅଭିନେତା ଚାଦୱିକ୍ ବୋସମ୍ୟାନଙ୍କର ୪୩ବର୍ଷ ବୟସରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅଭିନେତା ଚାଦୱିକ୍ ଚାରି ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ। ୨୦୧୬ରେ ସେ ପାକସ୍ତଳୀ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ସେବେଠାରୁ ତାଙ୍କର ଚିକିତ୍ସା ଚାଲୁ ରହିଥିଲା। ହେଲେ ଶୁକ୍ରବାର ସେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସେ ଲସ ଆଞ୍ଜେଲସସ୍ଥିତ ନିଜ ବାସଭବନରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୪୩ବର୍ଷ ବୟସ ହୋଇଥିଲା।

ତେବେ କର୍କଟ ରୋଗରେ ପୀଡ଼ିତ ଥିଲେ ମଧ୍ୟ ନିଜ ଚିକିତ୍ସ‌ା ପାଇଁ ଫିଲ୍ମ କରିବା ଛାଡ଼ି ନଥିଲେ ଚାଦୱିକ୍ । କେମୋଥେରାପି ସହ ସେ ସୁଟିଂ କରିବା ଜାରି ରଖିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅନେକ ବଡ଼ ବଡ଼ ଚଳଚ୍ଚିତ୍ରରେ ଅଭିନେତା ଚାଦୱିକ୍ ବୋସମ୍ୟାନ ନଜର ଆସିଥିଲେ ମଧ୍ୟ 'ବ୍ଲାକ୍ ପାନ୍ଥର୍' ପରେ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା। ବିଶ୍ୱରେ 'ବ୍ଲାକ୍ ପାନ୍ଥର୍' ୧.୩ ବିଲିୟନ ଡଲାରରୁ ଅଧିକ ଆୟ କରିଥିଲା ​​|

Chadwick Boseman as Black Panther. The actor has died at the age of 43. hindustantimes

ବ୍ଲାକ୍ ପାନ୍ଥର ବ୍ୟତିତ ସେ '୨୧ବ୍ରିଜେଶ', 'ଗେଟ୍ ଅନ ଅପ', '୪୨', 'ଦ ୫ ବ୍ଲଡସ୍', 'ମାର୍ଶଲ', 'ଆଭେଞ୍ଜର୍ସ: ଇନଫିନିଟି ୱାର','ଆଭେଞ୍ଜର୍ସ: ଏଣ୍ଡଗେମ୍' ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe