Daily Express
ପାକିସ୍ତାନ : ପାକିସ୍ତାନର ଲାହୋର ଆକାଶରେ ଏକ ରହସ୍ୟମୟ କଳା ବଳୟ ଦେଖାଯିବାର ଦାବି କରାଯାଉଛି। ଆକାଶରେ ଏହି କଳା ବଳୟକୁ ଆକସ୍ମିକ ଭାବେ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଛିଲୋକ ଏହାକୁ ଏଲିୟନ୍ କହୁଥିବା ବେଳେ କିଛିଲୋକ ଏହାକୁ ବାଦଲ ବୋଲି କହୁଛନ୍ତି।
ସୋମବାର ଜଣେ ଟୁଇଟର ବ୍ୟବହାରକାରୀ ଏହାର ଭିଡିଓକୁ ପୋଷ୍ଟ କରିଥିଲେ। ପୋଷ୍ଟ ହେବାର କିଛି ସମୟରେ ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଆକାଶରେ ଏଭଳି ଅଦ୍ଭୁତ ଦୃଶ୍ୟକୁ ଯିଏ ଦେଖିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
AajTakଲାହୋର ବାସିନ୍ଦା ଏହି ଦୃଶ୍ୟକୁ ଦେଖିବା ପରେ ଏହା ପାକିସ୍ତାନ ଉପରେ ଏକ ବଡ଼ ବିପଦ ଆସୁଥିବାର ସଙ୍କେତ ଦେଉଥିବା କହିବା ସହିତ ଭୟଭୀତ ହୋଇଯାଇଛନ୍ତି। ସେହିପରି ଅନ୍ୟକିଛି ଲୋକ ଏହି ଦୃଶ୍ୟକୁ ଦେଖି ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।
ଜଣେ ଟୁଇଟର ବ୍ୟବହାରକାରୀ ଆକାଶରେ ଏହି କଳା ବଳୟ ଦେଖି କହିଛନ୍ତି, ଲାହୋର ସହର ଧୂମପାନ କରି ଆକାଶରେ ସ୍ମୋକିଂ ରିଙ୍ଗ ତିଆରି କରୁଛି। ତେବେ ଅନ୍ୟ କିଛି ବ୍ୟବହାରକାରୀ ଏହାକୁ ଅନ୍ୟ ଦେଶର ଏଲିଏନ୍ ସ୍ପେସସିପ୍ ବୋଲି ବି କହୁଥିବା ବେଳେ କିଛି ଲୋକ କଳକାରଖାନାର ପ୍ରଦୂଷଣ ଯୋଗୁଁ ଆକାଶରେ ଏହି ଧୂଆଁର ବଳୟ ସୃଷ୍ଟି ହୋଇଥିବା କହିଛନ୍ତି।
ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏଯାବତ ୩୭,୦୦୦ରୁ ଅଧିକ ଲୋକ ଦେଖିସାରିଛନ୍ତି। କିଛି ଲୋକ ପୂର୍ବରୁ ବି ଅନ୍ୟ ସହରରେ ଏମିତିି ଆକାଶରେ କଳା ବଳୟ ଦେଖିବାକୁ ମିଳିଥିବା ଫଟୋ ଓ ଭିଡିଓ ସେୟାର କରିଛନ୍ତି।
Follow Us