ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି ମାରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

Advertisment
ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି ମାରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

Image Courtesy of IB Times India

ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ।

ରାଜଧାନୀ ଭୋପାଳ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ଆରୋନ୍‌ ଥାନା ଅଧୀନ ଅଞ୍ଚଳରେ ଘଟଣାଟି ଘଟିଛି। ୪ଟି କୃଷ୍ଣସାର ମୃଗଙ୍କ ଦୁର୍ବୃତ୍ତମାନେ ମାରି ଦେଇଛନ୍ତି ବୋଲି ସୂଚନାଦାତାଙ୍କ ଠାରୁ ପ୍ରାପ୍ତ ସୂଚନା ଆଧାରରେ ଶିକାରୀମାନଙ୍କୁ ଧରିବା ଲାଗି ପୁଲିସମାନେ ସେଠାକୁ ଯାଇଥିଲେ। ପୁଲିସ କର୍ମଚାରୀମାନେ ଚାରିପଟୁ ଘେରିଯିବା ପରେ ଶିକାରୀମାନେ ଗୁଳି ଚଳାଇଥିଲେ। ଫଳରେ ୩ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଲା।

publive-image Image Courtesy of Zee News

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଗୁନା ନିକଟରେ ଅପରାଧୀମାନଙ୍କ ଗୁଳି ଚୋଟରେ ୩ଜଣ ସାହସୀ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି। ଅପରାଧୀମାନେ ଖସିଯାଇ ପାରିବେ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବ‌େ ଘଟଣା ଉପରେ ନଜର ରଖିଛନ୍ତି।

ଘଟଣା ସଂକ୍ରାନ୍ତରେ ଆଲୋଚନା ଲାଗି ଆଜି ପୂର୍ବାହ୍ନ ୯.୩୦ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ବାସଭବନରେ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡକାଇଛନ୍ତି। ଡିଜିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ, ଗୃହମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe