ରାଜସ୍ଥାନ ସରକାରଙ୍କ ଆବେଦନର ଶୁଣାଣି ହେଲେ ଅସୁବିଧାରେ ପଡ଼ି ପାରନ୍ତି ତିନିଜଣଷ୍ଟାର

Advertisment

କୃଷ୍ଣସାର ମୃଗ ଶିକାର ମାମଲାରେ ଯଦି ରାଜସ୍ଥାନ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯାଏ, ତେବେ ଚଳଚ୍ଚିତ୍ର ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ସହିତ ସୋନାଲି ବେନ୍ଦ୍ରେ, ତବୁ ଏବଂ ନୀଲମ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି। 

Updated On

କୃଷ୍ଣସାର ମୃଗ ଶିକାର ମାମଲାରେ ଯଦି ରାଜସ୍ଥାନ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯାଏ, ତେବେ ଚଳଚ୍ଚିତ୍ର ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ସହିତ ସୋନାଲି ବେନ୍ଦ୍ରେ, ତବୁ ଏବଂ ନୀଲମ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି। 

ଅଦ୍ୟତନ ହୋଇଛି
New Project (23)


ମୁମ୍ବାଇ: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଚଳଚ୍ଚିତ୍ର ଅଭିନେତା ସୈଫ୍ ଅଲ୍ଲୀ ଖାନ, ସୋନାଲି ବେନ୍ଦ୍ରେ, ତବୁ ଏବଂ ସ୍ଥାନୀୟ ଯୁବକ ଦୁଷ୍ୟନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାର ନିଷ୍ପତ୍ତି ବିରୋଧରେ ରାଜସ୍ଥାନ ସରକାର ଏକ ଆବେଦନ ଦାଖଲ କରିଛନ୍ତି। 

ସଲମାନ ଖାନ ଏବଂ ରାଜସ୍ଥାନ ସରକାରଙ୍କ ଆବେଦନ ଉପରେ ଶୁଣାଣି ହାଇକୋର୍ଟରେ ଏକକାଳୀନ ଆରମ୍ଭ ହେବାର ଥିଲା। କିନ୍ତୁ ସେସନ୍ସ କୋର୍ଟରୁ ହାଇକୋର୍ଟରେ ସଲମାନ ଖାନଙ୍କ ଆବେଦନର ରେକର୍ଡ ଉପସ୍ଥାପନ କରାଯାଇ ନଥିବାରୁ ଶୁଣାଣି ହୋଇପାରିଲା ନାହିଁ।

କୃଷ୍ଣସାର ମୃଗ ଶିକାର ମାମଲାରେ ଯଦି ରାଜସ୍ଥାନ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯାଏ, ତେବେ ଚଳଚ୍ଚିତ୍ର ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ସହିତ ସୋନାଲି ବେନ୍ଦ୍ରେ, ତବୁ ଏବଂ ନୀଲମ  ସମସ୍ୟାରେ ପଡ଼ିପାରନ୍ତି। 

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଦ୍ଧପୁରର ଟ୍ରାଏଲ୍ କୋର୍ଟ ସଲମାନ ଖାନଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଦେଇଥିଲେ, କିନ୍ତୁ ସୈଫ୍ ଅଲ୍ଲୀ ଖାନ, ସୋନାଲି ବେନ୍ଦ୍ରେ, ନୀଲମ ଏବଂ ତବୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଦୀର୍ଘ ସାତ ବର୍ଷ ପରେ ରାଜସ୍ଥାନ ସରକାର ଏହି ଚଳଚ୍ଚିତ୍ର କଳାକାରମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଆପିଲ୍ ପାଇଁ ସମୟ ସୀମା ଶେଷ ହୋଇଥିବାରୁ ବିଳମ୍ବର ଅନୁମୋଦନ ପାଇଁ ଲିଭ୍ ଟୁ ଆପିଲ୍ ଆବେଦନ ଦାଖଲ କରାଯାଇଛି। ଏଣିକ ରାଜସ୍ଥାନ ସରକାରଙ୍କ ଆବେଦନ ଗ୍ରହଣ କରାଯିବ କି ନାହିଁ ତାହା ହାଇକୋର୍ଟ ନିଷ୍ପତ୍ତି ନେବେ ।

ଅନ୍ୟପକ୍ଷରେ, ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କର ପାଞ୍ଚ ବର୍ଷର ଦଣ୍ଡକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଉଭୟ ମାମଲାର ଶୁଣାଣି ଆଗାମୀ ସେପ୍ଟେମ୍ବର ୨୨ରେ ଯୋଦ୍ଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ରମୁଖ ଖଣ୍ଡପୀଠରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe