କିଭ୍‌ରେ ବିସ୍ଫୋରଣ ପରେ ବିସ୍ଫୋରଣ; ୫୨ରୁ ଅଧିକ ମିସାଇଲ ମାଡ଼ କଲା ରୁଷିଆ

Advertisment
କିଭ୍‌ରେ ବିସ୍ଫୋରଣ ପରେ ବିସ୍ଫୋରଣ; ୫୨ରୁ ଅଧିକ ମିସାଇଲ ମାଡ଼ କଲା ରୁଷିଆ

କିଭ୍‌: ରୁଷିଆ ୟୁକ୍ରେନ୍‌ ରାଜଧାନୀ କିଭ ଉପରେ ସୋମବାର ଅତି କମରେ ୫୨ଟି ମିସାଇଲ ମାଡ଼ କରିଛି। ରୁଷିଆର ଏହି ଘନଘନ ମିସାଇଲ ମାଡ଼ରେ ଦୋହଲି ଯାଇଛି ୟୁକ୍ରେନ୍‌ ରାଜଧାନୀ କିଭ୍‌। ସୋମବାର ସକାଳେ ଏକାଧିକ ବିସ୍ଫୋରଣ ୟୁକ୍ରେନର ରାଜଧାନୀ କିଭକୁ ଦୋହଲାଇ ଦେଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି।

ରୁଷିଆର ଏହି ଘନଘନ ମିସାଇଲ ମାଡ଼ ପରେ କିଭ୍‌ର ଅନେକ ଅଞ୍ଚଳ କଳା ଧୂଆଁର ଚାଦର ତଳେ ଲୁଚି ଯାଇଥିଲା। ଲଭିଭ୍‌, ଜିଟୋମିର, ଖମେଲନିଟସ୍କି, ଡିନିପ୍ରୋ ଏବଂ ଟେର୍ନୋପିଲ ସହରରେ ମଧ୍ୟ ମିସାଇଲ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଦେଶର ବିଭିନ୍ନ ସହରରେ ଏକାଧିକ ବିସ୍ଫୋରଣ ହୋଇଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ଦି କିଭ୍‌ ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ ପ୍ରତ୍ୟକ୍ଷଦର୍ଶୀମାନେ କିଭ୍‌ରେ ଶକ୍ତିଶାଳୀ ବିସ୍ଫୋରଣ ଏବଂ ବିଦ୍ୟୁତ ବିଭ୍ରାଟ ବିଷୟରେ ରିପୋର୍ଟ କରୁଛନ୍ତି। ରାଜଧାନୀ କିଭ୍‌ ମିସାଇଲ ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିବାରୁ ଏହି ଅଞ୍ଚଳରୁ ସିଧା ପ୍ରସାରଣ ବାଧାପ୍ରାପ୍ତ ହୋଇଛି।

publive-image

ଆଜି ସକାଳୁ କେହି କିଛି ବୁଝିବା ପୂର୍ବରୁ କେବଳ ଘନଘନ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ୟୁକ୍ରେନର ସ୍ଥାନୀୟ ମିଡିଆ କିଭ ଇଣ୍ଡିପେଣ୍ଡେଣ୍ଟ ସହରର ମେୟର ଭିଟାଲି କ୍ଲିଷ୍ଟକୋଙ୍କୁ ଉଦ୍ଧୃତ କରି କହିଛି ଯେ ସହରରେ ଏକାଧିକ ବିସ୍ଫୋରଣ ହୋଇଛି ଏବଂ ଜରୁରୀକାଳୀନ ସ୍ଥିତି ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ କେର୍ଚ ବ୍ରିଜ୍‌ ଉପରେ ହୋଇଥିବା ଆକ୍ରମଣ ପରେ ଗତକାଲି ମଧ୍ୟ ଏକ ବିସ୍ଫୋରଣ ଘଟିଥିଲା। ଯେଉଁଠାରେ ଏକ ଟ୍ରକ୍‌ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କ୍ରିମିଆନ୍‌ ଉପଦ୍ୱୀପ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ସାତଟି ଇନ୍ଧନ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି, ଏବଂ ସହରର ବ୍ୟାପକ କ୍ଷୟକ୍ଷତି ଘଟିବା ସହ ପୂରା ସହର ଛାରଖାର ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe