ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ : ତିନିଜଣ ଆହତ

Advertisment
ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ : ତିନିଜଣ ଆହତ

Yahoo News India (ସାଙ୍କେତିକ ଫଟୋ)

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାର ଜୟପୁର ଅଞ୍ଚଳରେ ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟାଳୟରେ ହୋଇଥିବା ବିସ୍ଫୋରଣରେ ୩ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ଟିଏମସି କଂଗ୍ରେସ ଓ ବାମ ଦଳକୁ ଦାୟୀ କରିଛି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) ଟିଏମସିର ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଏହି ବିସ୍ଫୋରଣ ପାର୍ଟି କାର୍ଯ୍ୟାଳୟ ଭିତରେ ଘଟିଛି। ଯେଉଁ ସମୟରେ ପାର୍ଟି କର୍ମଚାରୀମାନେ ଅଫିସ୍ ଭିତରେ ବୋମା ତିଆରି କରୁଥିଲେ।

ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳର ଅବସ୍ଥା ଉତ୍ତେଜନାପୂର୍ଣ୍ଣ ରହିଛି। ରାଜନୈତିକର୍ମୀଙ୍କ ମଧ୍ୟରେ ହିଂସା ଓ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି।

ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆସନ୍ତାକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe